STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ସମୟ

ସମୟ

1 min
200

ଜନ୍ମ ଦେଇ ଲାଳନ ପାଳନ କଲୁ

ଅଞ୍ଚଳରୁ କ୍ଷୀର ଦେଲୁ

କେତେ ଦେବଦେବୀ ମାନସିକ କଲୁ

ମଙ୍ଗଳବାର ପାଳନ କଲୁ

କେତେ ଖାଦ୍ୟ ଖାଇବାକୁ ଦେଲୁ

ରୋଗହେଲେ ଡାକ୍ତର ପରି

କେତେ ଜାଡ଼ିବୁଟି ଆଣି ଦେଲୁ

ସନ୍ତାନ ର ଗୁରୁ ହେଲୁ

ବିପଦରେ କାନି ତଳେ ରଖିଲୁ

ଆଖି ଲୁହ ପାନ କଲୁ

ମରିପରି ଠିଆକଳୁ ଧରା ରୂପେ।

ସମୟ ର ବସନ୍ତରେ

ଅଙ୍ଗ ରଙ୍ଗ କଣ୍ଠ ସୁଲଳିତ

କାମନା ବାସନା ଭରା ପୁଷ୍ପବତୀ

ଭ୍ରମର ଗୁଞ୍ଜନ ରାଗ ଅଥୟ ଅମୃତ

ବିଶ୍ୱାସ ର ପରାଗକୁ ପାନ କରାଇଲୁ

ସୃଷ୍ଟି କଲୁ ସ୍ରଷ୍ଟାଙ୍କ ନିର୍ଦେଶ ମାନ

ମମତାରେ ବାଇଆଣି ସାଜି

ପ୍ରେମିକା ତ କାର କୂଳ ବଧୁ

ପତ୍ନୀ , ମାତା, ଦୁହିତା ତୁ ଦେବୀ ।

ଅଜ୍ଞାନ କୁ ପୋଡ଼ିଦିଏ ଅଗ୍ନି

ସ୍ୱାମୀ ବିପଦରେ ପତ୍ନୀ

ପୁତ୍ର ମଙ୍ଗଳରେ ମାଆ

ପିତା,ମାତା, ଦୁଈକୂଳ ହିତା

ଆକାଶ ର ଧରିତ୍ରୀ ତୁ

ଅଜ୍ଞାନ ତ ଆଲୋକ ତୁ

ଜଳପରି ଶୀତଳ ତୁ

ମାଟି ର ରସ ତୁ

ସମୟର ଦୁର୍ଗା ।।



Rate this content
Log in

Similar oriya poem from Inspirational