STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସମୟ

ସମୟ

1 min
190



ସମୟ ମହତ୍ତ୍ଵ ବୁଝ ଭାଇ ବନ୍ଧୁ

  ବୃଥା ସହୟର ନହୁ,

କର୍ମପଥେ ରହି କର୍ମ କରୁ ଥିବା

  ବେକାର ସମୟ ନହୁ।


ଜୀବନର ମୂଲ୍ୟ ନାହିଁ କର୍ମପଥେ

  କିହେବ ଟି ଏହୁ କାଲି,

ନ ଜାଣନ୍ତି କେହୁ ମନୁଷ୍ୟ ଜୀବନେ

  ଯାଉଛି ସମୟ ଚାଲି।


ସମୟ ବ୍ୟତୀତ ଚିରନ୍ତନ ସତ୍ୟ

  କ୍ଷଣେ ନାହିଁ ଅବସର,

ଚାଲୁ ଥିବ ସେହୁ ନାହିଁ ତା ବିଶ୍ରାମ

  ବୃଥ ନକର ତାହାର।


ଯେତେ କାଳ ଅଛୁ ଏହୁ ଧରା ଧାମେ

  ସମୟକୁ ବାବୁ ଚିହ୍ନ,

ଜୀବନ ମନୁଷ୍ୟ କର୍ମର ନିମନ୍ତେ

  ନୁହେଁ ଏହୁ ଚିରଦିନ।


ସମୟର ବୃଥା କରିବୁ ଯେବେରେ

  କର୍ମ ରହି ଯିବ ବାକି,

ଗୀତା ଜ୍ଞାନ ପର ତାହାରି ନିମନ୍ତେ

  ସମୟ କୁ ରଖ ଜାକି।


ଗୀତା ଜ୍ଞାନେ ପରା ବୁଝିବୁ ତାହାରେ

  ସମୟ ମହତ୍ତ୍ଵ କେତେ,

ହେଳା କରି ଦେଲେ ସମୟର କାର୍ଯ୍ୟ

  ବାକି ରହିଯିବ କେତେ।


ଏ ଜୀବନ ପରା କର୍ମ ପାଇଁ ସୃଷ୍ଟି

  କରିଛନ୍ତି କୃପାସିନ୍ଧୁ,

ସମୟ କୁ ଚିହ୍ନି ସତ୍ୟ କର୍ମପଥେ

&

nbsp; ହୁଅ ପାରି ଭବ ସିନ୍ଧୁ।


ବିଶ୍ରାମ ପାଇଁରେ ସମୟ ତହର

  ରାତ୍ରିରେ ହିଁ ତିନି ଘଣ୍ଟା,

ବାକିର ସମୟ କର୍ମର ନିମନ୍ତେ

  ବୁଝରେ ସମୟ କଣ୍ଟା।


ସମୟର କଣ୍ଟା ବୁଝିବୁ ଯେବେରେ

  ମନୁଷ୍ୟ ଜନ୍ମ ସଫଳ,

ବିଭୁ କାର୍ଯ୍ୟ ପରା କରୁଛି ଧ୍ୟାନରେ

  ଜୀବନେ ହେବ ମଙ୍ଗଳ।


ଭକ୍ତି କୃଷ୍ଣ ରାମେ ରଖି ଥିବୁ ନିତ୍ୟେ

  ନ କରିବୁ ହେଳା କେବେ,

ଗୁଞ୍ଜୁ ଥିବ ହୃଦେ ଜଗନ୍ନାଥ ନାମ

  ଭାବ ନିସ୍ବାର୍ଥର ଭବେ।


କର୍ତ୍ତବ୍ୟ ତହର ଦିଅଁଙ୍କ ପୂଜନ

  ସମୟର ଅନୁସାରେ,

ରାଷ୍ଟ୍ରକାର୍ଯ୍ୟ ନିତ୍ୟେ କରୁ ଥିବୁ ଭାଇ

  ଜୀବନର ହିଁ ଯାତ୍ରାରେ।


ଜନତା କଲ୍ୟାଣ କରିବା ଟି ଧର୍ମ

  ସର୍ବୋତ୍ତମ ଟି କର୍ତ୍ତବ୍ୟେ,

ଦୁଃଖୀ ଜନ ଅଶ୍ରୁ ପୋଛିବା ରେ ଧର୍ମ

  ଏହୁ ମନୁଷ୍ୟ କର୍ତ୍ତବ୍ୟେ।


ଗୀତା ଜ୍ଞାନ ଦିଏ ମନୁଷ୍ୟ କର୍ତ୍ତବ୍ୟ

  ରାମ ଠାରୁ ଗୃହ ନୀତି,

ରାମରାଜ୍ୟ ପରା ଶ୍ରେଷ୍ଠ ରାଜନୀତି

  ହେଉ ତୋର ରାଜନୀତି।






Rate this content
Log in

Similar oriya poem from Abstract