STORYMIRROR

Madhabi Patel

Inspirational

3  

Madhabi Patel

Inspirational

ସମୟ

ସମୟ

1 min
169


ସମୟର ଉତ୍ତାଳ ଲହରୀରେ

ଦୋଳାୟିତ ଜୀବନ ତରଣୀ।

ଆଗରେ ସମୟ ପଛରେ ସମୟ

ବର୍ତ୍ତମାନର ଘୁର୍ଣିବଳୟରେ

ଘୁର୍ଣାୟମାନ ଆମର ଜୀବନୀ।

ଅତୀତ ଓ ଭବିଷ୍ୟତ ର

ମଝି ରାସ୍ତାରେ ଚାଲୁ ଚାଲୁ

ଛାଡୁଥାଏ ଯେତେ ପାଦଚିହ୍ନ।

ସେ ହିଁ ଏକ ସ୍ବାକ୍ଷର ଦସ୍ତାବିଜ

ଜୀବନ ତ ସଦା ବେଗବାନ।

କର୍ମ ଓ କର୍ତ୍ତବ୍ୟ ପାଳୁ ପାଳୁ

କରୁଁ ଯାହା ପୁଣ୍ୟ ପାପ ଅରଜନ।

ସେ ହିଁ ତଉଲେ ଜୀବନକୁ

କରି ତାର ମୂଲ୍ୟ ମୂଲ୍ୟାଙ୍କନ।

ଆସିଛ ଏକା ଯିବ ବି ଏକା

ମିଳନ୍ତି ଯେତେ ସୋଦର ସଖା।

ପରିବାର ନେଇ ଜୀବନ ଜୀବିକା

ଜନନୀ ଭଗିନୀ ପତ୍ନୀ ପ୍ରେମିକା।

ସମନ୍ଧର ନଉକା ବାହୁ ବାହୁ

ହୁଗୁଳି ଗଲେ ସମୟର କାତ |

କେତେବେଳେ ବୁଡିଯିବ ଜୀବନ ନଉକା 

କେଉଁ ଝଡେ କେବେ ଅକସ୍ମାତ।

ନାଉରୀର ଲକ୍ଷ ଏକା କୂଳ

ବାକି ସବୁ ଜୀବନ ଜଞ୍ଜାଳ।

ସତ୍ୟ ଧର୍ମର କାତ ଧରି ଆଗେଇବା

ପହଞ୍ଚିବା ଥିଲେ ପୁଣ୍ୟଫଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational