STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ସମୟ

ସମୟ

1 min
131


ସମୟ ମାନେ କଣ ଜନ୍ମ ନା ମରଣ

ନା ଦୁହିଁଙ୍କ ବ୍ୟବଧାନ ଭିତରେ ଗଣନ

ନା ଦିନ ନା ରାତି ଭିତରେ ଅପରାହ୍ନ

ଛାଇ ଦେଖି ସମୟ ସ୍ଥିର କହୁଥିଲେ କେହି 

କେବେ କମ୍ପାସ ବ୍ୟବହାର ଥିଲା ଜଳ ସ୍ତରେ

ଏବେ ସମୟ ଛାଇ ଲେଉଟିଲା ପରେ

ଗୋଠରୁ ଗାଈଗୋରୁ ଫେରେ ଗୋଧୂଳିରେ

ପୁଣି ଛାଇ ନିଦ ଶେଷ ଶବ୍ଦ କେବେ ଅବ୍ଦରେ

ସମୟ ସଂଜ୍ଞା କଣ ଜାଣିବା ଭିତରେ

ମନ ମୁନ ଚେତନା ଚୈତନ୍ୟ ସାରଣୀରେ

ସମୟ ଛଟପଟ ହୁଏ ମାଳିକା ଭିତରେ

ଆମ ଗାଁ ପଦ୍ମ ପୋଖରୀ ଭିତରେ

ଜେଜେବାପା ମଶାଣୀ ଜୁଇରେ ଶୋଇଲା ପରେ

ଜେଜୀମା ବୃଦ୍ଧାଶ୍ରମରେ ଠିକଣା ଲେଖିଲା କାଳେ

ସମୟ ବି ଆସେ ଛପି ଛପି ଆମ୍ବ ବଉଳିବା ବେଳେ

ହୁଏତ ସମୟ ଆସେ ସୁନେଲି ସକାଳେ

ଖରା ବର୍ଷା ଶୀତ ଋତୁ ଭିତରେ

 ଶରତ ହେମନ୍ତ ବସନ୍ତ ଝୁରୁ ଥିବା କାଳେ

କୋଇଲି କୁହୁ କାଉର ରାଉ ରାଉ

ବାପାଙ୍କ ପେଜୁଆ ଆଖି ବୋଉର ପଣତ ସାକ୍ଷୀ

ଉଷୁନା ଧାନ ଗଜା ହେବା ସକାଳେ

ନା ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗ ବେଳେ

ସମୟ ଆଜିକାଲି ଭାରି ଲୁଚକାଳି ଖେଳେ

 ସତରେ ମିତରେ ଖରା ଛାଇ ଭିତରେ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract