ସମୟ
ସମୟ
ରାତି ପାହିଲେ
ଟି ଭି ପରଦାରେ
ମୃତ୍ୟୁ ର ତାଣ୍ଡବଲୀଳା
କୁଢ କୁଢ ଶବ
ଆଉ କବର ସ୍ଥାନ l
ଅନିଶ୍ଚିତ ମୃତ୍ୟୁ ଆଜି ନିଶ୍ଚିତ
ଭବିଷ୍ୟ ମୃତ୍ୟୁ ର
ଲକ୍ଷ୍ଯ ନେଇ
ଖୋଳା ହୁଏ କବର ଗାତ
ଆଶ୍ଚର୍ଯ୍ୟ ଏ ଜୀବନ ଚରିତ
ଶୁଣି ନ ଥିବା କଥା
ଦେଖି ନ ଥିବା ଚିତ୍ର
ଚିତ୍ରିତ ହୁଏ ବାସ୍ତବରେ l
ବିତ୍ତଶାଳୀ ପରାକ୍ରମୀ
ଆଜି ହୋଇଛି ଦୁର୍ବଳ
ଧନୀ ଗରିବ ଏଠି
ସବୁ ଏକା କାର I
ସମଗ୍ର ବିଶ୍ଵ ଚିତ୍ର
ଯାଇଛି ବଦଳି
ବିଜ୍ଞ ବୈଜ୍ଞାନିକ ଆଜି
ହଜାଇଛି ମସ୍ତିସ୍କ l
ବିଶ୍ଵ ଯୁଦ୍ଧ ର ଦୁଃସ୍ବପ୍ନ
ଦେଖୁଥିବା ମଣିଷ
ପ୍ରତି ମୁହୂର୍ତ୍ତରେ ହାରୁ ଛି
ମୃତ୍ୟୁ ର ପାଖରେ I
କି ଆଶ୍ଚର୍ଯ୍ୟ... ଆଚମ୍ବିତ
ଅକସ୍ମାତ୍ ସମୟର
କଡ଼ ଲେଉଟାଣି ଖେଳ l
