STORYMIRROR

Ashutosh prasad Mallik

Inspirational Others Romance

3  

Ashutosh prasad Mallik

Inspirational Others Romance

ସମୟ

ସମୟ

1 min
14.1K


ମଣିଷ "ହାଁ "ଟାକୁ ଏ ସମୟର କୋଉ ପରବାୟ କି

ସିଏ ପରା ଘୋଡାଟାପୁ କି ଗେଣ୍ଡା ପିଠି ଆଦରି ନିଏ

ତା ରାସ୍ତା ପାଇଁ ।

ମୁଁ ତାକୁ ଯାହା ଖୋଜୁଥାଏ

ସଜ ଝଡା ପାଖୁଡ଼ାରେ,

ମାଛି ଅନ୍ଧାରରେ , ବହୁତ ଦିନ ତଳର

ତୁମ ମହମହ ଚୁମାର ଛାଇରେ,

ଆଖି ତଳ ସରୁ ଗାରରେ

ନୂଆ ମୁହଁଙ୍କ କିଛି ପୁରୁଣା ଶବ୍ଦରେ।

ମୋତେ କ'ଣ ସେ ଧରାଦିଏ।

ଏଇ ଦେଖୁନ ଅନେକ ବର୍ଷ ତଳେ ନାଲି ସୂତାରେ

ଗାଁ ମୁଣ୍ଡ ବର ଓହଳରେ ତମେ ତାକୁ

ଯୋଉ ଗଣ୍ଠି ପକେଇ ଥିଲ,

ମଉକା ଦେଖି ସେ କେମିତି ସେଠୁ ଛୁ।

ଭାରି ଦରଦୀଟାଏ କିନ୍ତୁ,

ଗଲାବେଳେ ଯାହା ଛାଡ଼ି ଯାଇଛି ଦାଗଟିଏ

ମୋ ଛାତିରେ......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational