ଦୂରେ କେଉଁଠି
ଦୂରେ କେଉଁଠି
ସେ କରଜ କ'ଣ ଶୁଝି ପାରିଲି,
ସାଉଟିଁ ଆଣିଲି ଯାହା ତୁମ ଆଖିର ଅମାରରୁ ,
ପୈ।ରୁଷତାର ପଦ୍ମତୋଳାରେ
ବାନ୍ଧି କି ପାରିଲି ବେକାବୁ ସମୟର ହାତ କୁ
ମୋ ଜୀବନ ଗୀତ ଯାହା ବେସୁରା,ବେତାଳ
ଲଂଘି ପାରିଲା କି ମୋ ଛାତିର ପ୍ରସ୍ତରିତ ପ୍ରାଚୀର କୁ ।
ବହିଥାକ ଓଲଟା ବହି ମୁଁ
ଖରାବେଳ ଚଢ଼େଇ ର ଗୀତ
ନିଜେ ଗଢିଥିବା ବାଲିଘର
ଭାଙ୍ଗି ଯାଉଥାଏ ଅଣଚାଶ ନିଃଶ୍ୱାସରେ ମୋର ।
ଜାଣେ ମୋ ଅସହାୟତା ତୁମ ଆଖିରୁ ଝରିପଡେ
ଟୁପ୍ ଟାପ୍ ପାଚିଲା ପତ୍ର ପରି
ବାକି ଯାହା ରହିଯାଏ ଥୁଣ୍ଟା ଗଛ,
ଏକ ନିଶବ୍ଦ ଅଶ୍ରୁପାତ ।
ପୋଖରୀକୂଳର ପଥରରେ ବସି ପାଣିକୁ ପାଦ ବଢାଏ ମୁଁ,
ଦୁଇଟି ଦ୍ୱିଧାଗ୍ରସ୍ତ ଆଖି ହୋଇ
ପରଦା ଆଢୁଆଳରୁ ଚାହେଁ ସମୟର ଘର ଭିତରକୁ
ଭିତରେ ଖୁବ୍ କୋଳାହଳ, ଅନେକ ଅନାଥିନି ମୁହୂର୍ତ୍ତଙ୍କ ରୋଗିଣା ବେଶ
ପାଦ ତଳେଇ ସ୍ବପ୍ନଙ୍କ ତରଙ୍ଗ ଉଠେ ଆଉ ମୋ ଠୁ ଦୂରକୁ ଯାଏ
ସେ ତରଙ୍ଗ ପରି ମୁଁ ବି ତରଙ୍ଗାୟିତ ହୋଇ ମିଶିଯାଏ
ତୁମମୟ ମୁହୂର୍ତ୍ତର ଥିର ପୋଖରୀ ଜଳରେ ।
ଦୂରେ ତୁମେ ଏବେ ଲୁଚୁଥିବ ନିଶ୍ଚେ ଜହ୍ନର ଷଡ଼ଯନ୍ତ୍ର ଠୁ
ଅଜଣା ବାରୁଥିବ ଅନୁପ୍ରବେଶକାରୀ ଫୁଲର ବାସ୍ନାକୁ
ଏଠି ମୁଁ କିନ୍ତୁ ଆଖିରେ ଅନୁରାଗର ଦୂରବୀନ୍ ଦେଇ
ଚାହିଁ ବସେ,
ପାଖେଇ ଆଣିବାକୁ କୃଷ୍ଣଚୂଡ଼ା ,ନୀଳ ସାଲୱ।ର
ଆଢ଼ୁଆଳରେ ଲୁଚି ଥିବା କିଛି ମୁହୂର୍ତ୍ତଙ୍କୁ
ଅବସୋସ ।କାଚ ସେପଟେ ସ୍ବପ୍ନ ପ୍ରସବିନି ରାତି
ବାଦଲର ଡଙ୍ଗା ରେ ଯାହା ଖାଲି ଖାଲି ଫେରିଯାଏ ।
ଏବେ ଦୂରେ କେଉଁଠି
ତୁମେ ଯାହା ଜିଉଥିବ ଜନ୍ମ ଟିଏ
ଏଠି କିନ୍ତୁ ମୁଁ ଭୋଗୁଛି ଭୋଗୁଥିବି
ଇପ୍ସିତ ମୃତ୍ୟୁ
କଳ୍ପ କଳ୍ପ ଯାଏ ।