STORYMIRROR

Ashutosh prasad Mallik

Others

3  

Ashutosh prasad Mallik

Others

ସ୍ୱପ୍ନ

ସ୍ୱପ୍ନ

1 min
3.9K




କାଉ କା ରେ ଜହ୍ନ ବୁଡ଼େ

ନିଦ ବାଉଳା ଜୀବନ ମାନେ ପାଇକଛା ମାରି

ସ୍ବପ୍ନ ପଛେ ପଛେ ଦୌଡନ୍ତି

ମୁଁ ବି ଦଉଡେ ।

ଆଃ …….

ସ୍ୱପ୍ନ …..ସ୍ବପ୍ନ …… ସ୍ବପ୍ନ

କଞ୍ଚା ସ୍ବପ୍ନ …. ପାଚିଲା ସ୍ବପ୍ନ

କ୍ଷତାକ୍ତ ସ୍ବପ୍ନ….. ତୃଷାର୍ତ୍ତ ସ୍ୱପ୍ନ

ସ୍ବପ୍ନ ପାଇଁ ଟ୍ରୋଜାନ ଅଶ୍ୱ ଘାସ ଚରେ

ଆହମ୍ମକ୍ ଜୀବନ

ଭଳି ଭଳି ନୂଆ ଲୁଗା ପିନ୍ଧେ

ଯେମିତି ପ୍ରତି ଥର ରୋମାଞ୍ଚିତ ସ୍ବପ୍ନଟେ ପାଇଁ

ଆତ୍ମା କାନ୍ଦେ………


ମୁଁ ଧାଏଁ ଧାଉଁଥାଏ ଧୂଳିଧୁସରିତ ମନ ନେଇ

ସମୟ ମୋତେ ପଚାରେ

କଣ କିଛି ପାଇଲୁ କିରେ ?

ହେଇ ତ ଆଗରେ ହରିଣ ଭଳି

କୁଦା ମାରି ଗଲା ପରା।


ପାହାଡ ତଳ ନଈରେ ମୁହଁ ପଖାଳିବା ବେଳେ

ସୂର୍ଯ୍ୟ ପଚାରେ

ପାଇଲୁକି ତୋ ମନ ଲାଖି ଆକାଶ ଖଣ୍ଡେ

ଯେଉଁଠି ପଡିନି ତାରାଙ୍କ ପାଦ ଚିହ୍ନ

ମୋ ପାଖେ କଣ କିଛି ଉତ୍ତର ଥାଏ

ମୁଁ ପୁରୁଣା ସ୍ୱପ୍ନଙ୍କୁ ଭୁଲିଯାଏ

ଆଉ ଅନେକ ଅଚିହ୍ନା ସ୍ବପ୍ନଙ୍କ ଭିଡରେ ହଜି ଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍