Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashutosh prasad Mallik

Others

2  

Ashutosh prasad Mallik

Others

ଲଙ୍କା ଗଛ

ଲଙ୍କା ଗଛ

1 min
6.9K


ଅପେକ୍ଷାକର ,

ତଥାପି ଅନିର୍ଣ୍ଣୀତ ତୁମ ବଗିଚାରେ

ଯେଉଁଠି କୋଣ ଟିଏ ଆଦରି

ମୁଁ ଲଙ୍କା ଗଛ ହେବି ।


ଏ ଜନ୍ମରେ ତୁମକୁ କ'ଣ ଅବା ଦେଇଥାନ୍ତି

ଦେବାପାଇଁ ମୋର କ'ଣ ବା ଥିଲା ?

ପାଦେ ଭୂମି ଯେଉଁଠି ପଡିନି ମଣିଷ ପାଦଚିହ୍ନ,

ଗଣ୍ଡୂଷେ ତୀର୍ଥଜଳ,

କି ସ୍ବପ୍ନର ଆକାଶରୁ ଉଜ୍ଜ୍ବଳତମ ନିହାରୀକା,

କ'ଣ ଦେଇଥାନ୍ତି ? କ'ଣ ?

ମୋର ପାଦ ତଳେ ଇ ମାଟି ନଥିଲା

ମୋର ଛାଇ ଠୁ ଈଶ୍ୱର ଲୁଚୁଥିଲେ

ମୁଁ ବି ତ ସେ ଗଛ ଦେଖିନଥିଲି ଯାହାର ଡାଳରେ

ହଳଦୀ ବସନ୍ତ ଚିହ୍ନା ଗୀତଟେ ଗାଉଥିଲା ,

ମୁଁ ତ ସିସିଫସ୍ ପରି ତମାମ ଆୟୁଷ

କଟାଇଦେଲି ମରିଚୀକା ପଛରେ ।


ତେଣୁ ଥାଉ ।

ତୁମର ମେଘ ଖଣ୍ଡେ ,

ଦିଅଁଙ୍କ ଠାରେ ଶୁଦ୍ଧ ଘିଅର ଦୀପ ଯେତେ ,

କିଛି ଉତ୍ତର ଦେଉନଥିବା ଅଥଚ ସବୁ ପ୍ରଶ୍ନ ଶୁଣୁଥିବା

ଚିରକାଳ ରହସ୍ୟମୟ ତୁମ ନିଜ ପ୍ରତିବିମ୍ବ ,

ଦୁଃସ୍ବପ୍ନେ ଉତ୍ସନ୍ନ ରାତି ଯେତେ

ଥାଉ । ମୋ ଉପରେ ଉଧାର ଥାଉ ।


ମୁଁ କେଉଁ ନା କେଉଁ ଜନ୍ମରେ ଋତୁମ୍ଭର ହୋଇ

ଡେଇଁ ଯିବି ଭୂତ-ଭବିଷ୍ୟ- ବର୍ତ୍ତମାନ

ତୁମରି ବାଡ଼ିରେ ଇ ଲଙ୍କା ଗଛ ହେବି ।

ସାବଜା ସମ୍ଭାବନାଟିଏ ହୋଇ

ମୁଁ ହିଁ ଥର ଥର ଫଳୁଥିବି

ଆଉ ଏକ ଜନ୍ମ ଲାଗି

ତୁମ ସ୍ପର୍ଶ ଉଧାର ରଖି ... ।

**********

ଆଶୁତୋଷ ପ୍ରସାଦ ମଲ୍ଲିକ ।


Rate this content
Log in