Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashutosh prasad Mallik

Others

3  

Ashutosh prasad Mallik

Others

ଆଜି ମୁଁ ସମୁଦ୍ର

ଆଜି ମୁଁ ସମୁଦ୍ର

1 min
7.2K


ମୁଁ ମନରେ ଥାପିଛି ସମୁଦ୍ର ଆଜି

ମୋତେ କ'ଣ ଦେଉଛ ଦିଅ ।

ଅସରାଏ ଦୁଃଖ,

ଅକଳନ୍ତି ତିକ୍ତତା ,

ଈର୍ଷାର ପ୍ରଖର ସ୍ରୋତସ୍ଵତୀ ,

ପ୍ରତାରଣାର ଭୟଙ୍କର ଅନ୍ଧାର ,

ସ୍ଵାର୍ଥର ପଚା ଗନ୍ଧ ପାଣି ଧାର ,

ଯାହା ବି ଦଉଚ ଦିଅ

ମୋ ଆଁ ରେ ତୁମର ସବୁ ଦାନ

କଳେ ବି ନୁହେଁ ।

ମୋ ଆଡ଼କୁ ଆମଞ୍ଚିତ ଅଗ୍ନି ଶରକୁ

ଆଉ ମୋର ଭୟ ନାହିଁ

ଏବେ ମୁଁ ଗୋଟା ପଣେ ଲୁଣା ବାଲିଚର ।

ପାରିବ ଯଦି ଏବେ ଥରେ ମୋ କୂଳ କୁ ଆସି

ସେଇ ପୁରୁଣା ପ୍ରଶ୍ନ ନେଇ ‌।

ମୋ ଛାତି ସେପଟେ କ'ଣ ?

ଦେଶ , କ୍ଳେଶ ,ଦୋଷ ନା କେଉଁ ଛଦ୍ମବେଶ

ଉତ୍ତର ନ ପାଇଲେ ରଖିଯିବ ପଛେ

ଯେତେ ଅବଶୋଷ ‌।

ରଖିଥାଅ । ଯାହା ବି ରଖିଛ ମୋ ପାଇଁ ରଖିଥାଅ ।

ମୋ ପାଇଁ କଟୁ ଆଉ କ'ଣ ?

ଲୁହର ଲୁଣରେ ଲୁଣେଇ ଚାଲିଛି ମୋ ଦେହ ।

ତଥାପି ମୁଁ ମନରେ ଥାପିଛି ସମୁଦ୍ର ଆଜି

କଥା ଦେଉଛି ତୁମ ଠୁ ଯାହାବି ପାଇବି

ଫେରେଇବି ନିଶ୍ଚିତ ।

ତୁମର କାଣିଚାଏ ଆରୋପ ବି ।

ଅବଶ୍ୟ ଲୁହ ଶୋଧନ ପରେ

ପାଖୁଡାଏ ହସ ଭଳି

ତୁମରି ଓଠକୁ ... ।

****************ଆଶୁତୋଷ ପ୍ରସାଦ ମଲ୍ଲିକ


Rate this content
Log in