Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashutosh prasad Mallik

Tragedy

2  

Ashutosh prasad Mallik

Tragedy

ଶୂନ୍ୟତା

ଶୂନ୍ୟତା

1 min
225


କ'ଣ ହୋଇପାରେ

ଏ ଶୂନ୍ୟତା ର ପରିଭାଷା ?

ଗୋଟେ ସ୍କେଚ୍

ନଥିବାପଣ ର ,

ଛଳଛଳ କେଇ ପୃଷ୍ଠା

ଲୁହ ର କବିତା ,

କି ଶୋଷ ରେ ଡହକୁଥିବା

ମାଟି ର ଆକୁଳତା ?


ତୁମେ ଜାଣନା

ତୁମକୁ ଛୁଇଁ ଆସିଥିବା

ଦମକାଏ ପବନରେ

ମୁଁ ପାଦେ ପାଦେ ଦୂରେଇଯାଏ

ସମୟ ଠୁଁ ।

ଛାଇ ର ବାହୁବନ୍ଧନୀ ବି

ଶିଥିଳିଯାଏ

ଏକ ହୁଗୁଳା ଶିକୁଳି ପରି ।


ଏ ପ୍ରେମ କ'ଣ

ତୁମପାଖେ

ଏକ ଉତ୍କଣ୍ଠିତ ପରାଜୟର ନାଁ ?

ଯେମିତି ଅନ୍ଧାର କୁ

ମୁଁ ଅଭିମାନ ର

ପ୍ରତିଶବ୍ଦ ବୋଲି ମାନିନେଇଛି

ଆଉ ପୁନେଇଁ କୁ

ଈର୍ଷା ହିଁ ଈର୍ଷା ।


ତେବେ ଏ ଶୂନ୍ୟତା କ'ଣ

ଚୁକ୍ତି ଭାଙ୍ଗି କେଇ ଯୁଗ

ନିଜ ଠୁଁ ନିଜର ନିର୍ବାସନ ?




© ଆଶୁତୋଷ ପ୍ରସାଦ ମଲ୍ଲିକ



Rate this content
Log in

Similar oriya poem from Tragedy