STORYMIRROR

ସନାତନ ଦାସ

Abstract

2  

ସନାତନ ଦାସ

Abstract

ସମୟ

ସମୟ

1 min
263

ସମୟଟା ଅଟକି ଯାନ୍ତା ନି

ଯେମିତି ଘଣ୍ଟା ର ବାଟେରି ସରିଲେ

ମୁହଁ ମାଡି ପଡି ରହନ୍ତି,

ସେକେଣ୍ଡ, ମିନିଟ୍ ଆଉ ଘଣ୍ଟା କଣ୍ଟା


ଏତେ ଶୀଘ୍ର କାଇଁ

ସମୟ ଟା ଦୌଡୁଛି ଯେ

ତାକୁ କଣ୍ ଥକ୍କା ଲାଗୁନି


ଟିକେ ବିଶ୍ରାମ କରିବାକୁ ଇଚ୍ଛା ହଉନି


ଧାଁ ଦୌଡ଼ ଜୀବନରେ ଟିକେ

ଅଟକି ଯିବାକୁ ଇଚ୍ଛା ହେଲେ,

ଟିକେ ସୁନ୍ଦରତା କୁ ମନ ଭରି

ଦେଖିବାକୁ ଇଚ୍ଛା ହେଲେ,

ସମୟ ଟା ରହିଯାନ୍ତା ନି


ଇଚ୍ଛା ହଉଚି, ସମୟକୁ ଅଖାରେ ପୁରାଇ

ବାନ୍ଧି ଫିଙ୍ଗି ଦେବାକୁ ସାତ ସମୁଦ୍ର ସେପାଖେ

ଆଉ ଯେମିତି ସେ ଫେରି ନ ଆସେ,

ଆଉ ମୁଁ ମନ ଭରି ଉପଭୋଗ କରୁଥିବି

ମୋ ଅଟକି ଯାଇଥିବା ସମୟକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract