STORYMIRROR

Bidulata Sahoo

Inspirational

3  

Bidulata Sahoo

Inspirational

ସମୟ

ସମୟ

1 min
185

ଘଣ୍ଟା କହେ ଟିକ୍ ଟିକ୍ କଣ୍ଟା ତାର କହେଟି,

ଆଗକୁଆଗକୁଚାଲ ପଛେ ଫେରନାହିଁଟି |

ଆଗକୁଯେ ଯାଏ ସଦା ହୁଏ ସଦା ଆଗୁଆ,

ଆଗକୁ ଚାଲିବା ଆମେ ହେବାନାହିଁ ପଛୁଆ |

ଘଣ୍ଟାକହେ ଠିକ୍ କାମ ଠିକ୍ ବେଳେ କରିବ,

ନହେଲେତ ଜୀବନରେ ସବୁବେଳେ ହାରିବ |

ଘଣ୍ଟାକହେ ଅଳସୁଆ ହୁଅନାହିଁ କେହିରେ,

ଅଳସୁଆ ହେଲେ ବଡ ହେବ ନାହିଁ ମହୀରେ |

ପିଲାବେଳୁ ଯିଏ ଘଣ୍ଟା ତତ୍ତ୍ୱ ବୁଝିପାରିଛି,

ଜୀବପରେ ସିଏ କଣ କେବେହେଲେ ହାରିଛି ?

ଠିକ୍ ବେଳେ ଶେଜ ଛାଡି କାମ ଯଦି କରିବ,

ସବୁକାମେ ଆଗୁଆ ସେ ସବୁକାମେ ଜିତିବ |


Rate this content
Log in

Similar oriya poem from Inspirational