STORYMIRROR

Shubhra Suchitra Mahanta

Inspirational

4  

Shubhra Suchitra Mahanta

Inspirational

ସମୟ

ସମୟ

1 min
215

ଭାରି ଅଭିମାନୀ ସମୟ

କେବେ ଆଣିଥାଏ ସୁଯୋଗ

କେବେ ଆଣିଥାଏ ବିପର୍ଯ୍ୟୟ....


କଲେ ତାର ସଦୁପଯୋଗ

ଖୁଶି କରିବ ଉପଭୋଗ

ନଚେତ୍ ଜୀବନ ବିଷମୟ..... 


କେବେ ସିଏ ବିରକ୍ତିକର 

କେବେ ଲାଗଇ ଦୁଃଖଭରା 

ପୁଣି କେବେ ଲାଗେ ସୁଖମୟ..... 


ନୁହେଁ ଏହା କାହା ସମ୍ପତ୍ତି 

କରି ହେବ ନାହିଁ ସଞ୍ଚୟ 

ତେଣୁ କର ନାହିଁ ଅପଚୟ.... 


ଅପେକ୍ଷା କରେନା କାହାକୁ 

ଗଡି ଚାଲିଥାଏ ମନକୁ 

ବିତି ଗଲେ ହୁଏ ସ୍ମରଣୀୟ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational