ସମୟ
ସମୟ
ସମୟ ର ନଦୀ ବହି ଯେ ଚାଲିଚି,
କେଡେ ବେଗ ତାର ଗତି
ଛୁଇଁ ମୁଁ ପାରୁନି ଯେତେ ଚାହିଁଲେବି,
ଛୁଇଁବାକୁ ଯାଇ ନିତି।
କେତେ ଯେ ପୁନେଇଁ କେତେ ଆମାବାସ୍ୟା,
କେତେକେତେ ସଂକରାନ୍ତି
କେତେ ଓଷା ଆଉ ପୁନିଅ ପରବ,
ନାହିଁ ତାର ଆଉ ଇତି।
ଚାହୁଁନହୁଁ ଦିନ ବିତି ଯେ ଯାଉଚି,
ପବନ ବେଗରେ କେତେ
ଧରିବାକୁ ଯାଇ ସମୟ ବେଗକୁ,
ଠକି ଯାଉଚି ମୁଁ ସତେ।
ଶୂନ୍ଯ ଆକାଶେ ହାତ ବଢାଏ ମୁଁ,
ସମୟ କୁ ଧରିବାକୁ
ଦଉଡିଦଉଡି ଥକି ଯାଏ ସିନା,
ସମୟ ଚାଲେ ଆଗକୁ।
ମୋ ମନ ଭିତରେ ଅଟକି ଯାଇଚି,
ସମୟ ର ସେଇ ଗତି
ସମୟ ବି ଆଜି ରହି ତ ଯାଇଚି
ନାହିଁ ତାର ଆଉ ସ୍ଥିତି।
ସେଇ କଥା କରେ ପାଗଳ ,
ମୋର ଏ ଅବୁଝା ମନକୁ
ଜାଣେ କେବେ ଧରି ପାରିବିନି,
ଚାଲିଯାଉଥିବା ସମୟ କୁ।