STORYMIRROR

Bhagirathi Mohanty

Inspirational

3  

Bhagirathi Mohanty

Inspirational

ସମୟ ଯାଉଛି ବହି

ସମୟ ଯାଉଛି ବହି

1 min
366


ସମୟ ଯାଉଛି ବହି

ସମୟ ଯାଉଛି ବହି,

ଶୋଇ ରହିଅଛୁ କାହିଁ॥

ବେଳ ନାହିଁ ବେଳ ନାହିଁ,

ଉଠ ଉଠ ବେଗି ତୁହି॥

ଆଖିଫେଇ ଦେଖ ବାରେ,

ବେଳ ଯଏ ଦୂରେ ଦୂରେ॥

ପାଇବୁକି ଏ ଜୀବନ,

ବୃଥା ମାନ ଅଭିମାନ॥

ଯଶ କୀରତି ମେଖଳା

ଉପରଓଳିର ଖରା॥

ସେବା ହେଉରେ ଧରମ,

ପର ଉପକାରେ ମନ॥

କେହି ନୁହଁଇ ନିଜର,

ନିଜ ହୁଏ ଏଠି ପର॥

ପର ବି ହୁଏ ନିଜର,

ଅକପଟ ବାକ୍ୟେ ତୋର॥

କେତେ କାମ ଅଛି ବାକି,

କୁହେ ତୋରେ ଡାକି ଡାକି॥

ଦେଶ ଦଶରେ ତୋ ମନ,

ସଦା ରହ ରେ ପ୍ରସନ୍ନ॥

ବଳ,ବୟସ ତୋ ଯିବ,

ଶେଷେ କାଳ ନେଇଯିବ॥

ବହୁ କାଳ ଅତି ବାହି,

ମରତେ ଆସିଛୁ ତୁହି॥

ମରଣକୁ ଡର ନାହିଁ,

ମୋର ବୋଲି କଛି ନାହିଁ॥

ମୁଁ ମୁଁ ବୋଲି କହି,

ମୁଠାଏ ପାଉଁଶ ତୁହି॥

ମାରି ଦେଇ ସ୍ୱାର୍ଥ ତୋର,

ପରହିତ ବ୍ରତ କର॥

ଏତିକି ମୋ ନିବେଦନ,

କିଛି ଘେନି ବୁନି ଆନ॥



Rate this content
Log in

Similar oriya poem from Inspirational