Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Thriller

3  

Bijay Prusty

Thriller

ସମୟ ସୁଅରେ ଜୀବନ

ସମୟ ସୁଅରେ ଜୀବନ

1 min
201



ଦେଖିନାହଁ ମୋତେ ଯଦି

ଦେଖିନିଅ ଆଖି ଭରି ଆଜି

କେମିତି ସୁଖର ଢେଉ 

ମୋ ପାଖରୁ ଯାଏ ହଜି ହଜି I


ଦେହେ ମୋର ସଞ୍ଚରିଛି

କେତେ କେତେ ପୀଡା

ଦେଖୁନି ସପନ ଆଉ

ଆଖି ମୋର ହେଲାଣି ଅଲୋଡା I


ଦୟାକରି ମୋ ରକ୍ତରେ

ଆଉଥରେ ଖେଳନାହିଁ ହୋଲି

ଶୁଣାଅନି ମୋ କାନରେ

ଆଉଥରେ ପକ୍ଷୀର କାକଳି I


ଭିଜାଅନି ଦେହ ମୋର

ଆଖିର ଲୁହରେ

ମୋତେ ଆଜି ଭାସିବାକୁ 

ଦିଅଥରେ ସମୟ ସୁଅରେ I


ମୋ ଆତ୍ମାର ଡାକ ଯଦି

ପଡିନାହିଁ କାନରେ କାହାର

ବ୍ୟସ୍ତ ମୁଁ ହେଉନି ଆଜି

ଯାଉଛି ମୁଁ ନୀରବରେ 

ନିଜହାତେ ତିଆରିବି ଲୁହର ସହର I


ଆକାଶେ ବାରିଦ ଖେଳ 

ଆଖିଲୁହେ ଭିଜି ଭିଜି ଦେଖେ

ଦୂର ଦିଗବଳୟ ମୋତେ

ନୀରବରେ ହାତ ଠାରି ଡାକେ I

        


Rate this content
Log in

Similar oriya poem from Thriller