ସମୟ ସହିତ ବଞ୍ଚିବା
ସମୟ ସହିତ ବଞ୍ଚିବା
ଜାଗ୍ରତ ହୋଇଣ, ନିଜ ଲକ୍ଷ୍ୟ ସ୍ଥଳେ,
ନିଜକୁ ପ୍ରସ୍ତୁତ କର ।
ପହଞ୍ଚିବା ଯାଏ, ଲକ୍ଷ୍ୟ ସ୍ଥଳେ ତୁମ,
ହୁଅ ନାହିଁ ତର ତର ।।
ପ୍ରେମ ସବୁବେଳେ, କ୍ଷମା ମାଗିବାକୁ,
ପସନ୍ଦ କରଇ ପରା ।
ଅହଙ୍କାରୀ ସଦା, କ୍ଷମା ଶୁଣିବାକୁ,
ହୋଇଥାଏ ଯେ ଆତୁରା ।।
ଏମିତି କାମକୁ, କରିବା ଚୟନ,
ଜୀବନର ଚଲା ପଥେ ।
ବାଧ୍ୟ ହୋଇଯିବେ, ଶଯ୍ୟା ତ୍ୟାଗ ପାଇଁ,
ପ୍ରଭାତ ସୁରୁଜ ସାଥେ ।।
ଧର୍ଯ୍ୟ ବିନା ଜାଣ, ଜୀବନର ଗାଡି,
ଅଟକାଇବ ଯେ କିଏ ।
ମାନିବ ନାହିଁ ଯେ, ବାଡ଼ ବନ୍ଧ ବିଲ,
ଦୁର୍ଘଟଣା ସଦା ଥାଏ ।।
କଷ୍ଟ ମଣିଷକୁ, ପରିବର୍ତ୍ତନର,
ଶକ୍ତି ଦେଇ ଥାଏ ।
ପ୍ରତି କ୍ଷଣେ ଆମେ, ପରିବର୍ତ୍ତନର,
ନୂତନ ଶିକ୍ଷା ହିଁ ଦିଏ ।।
କଷ୍ଟ ତାହା ନୁଁହ, ଆମେ ଭାବି ଥାନ୍ତି,
ଅସହ୍ୟ ଅଟଇ କଷ୍ଟ ।
କଷ୍ଟ ପରା ଅଟେ, କହିହୁଏ ନାହିଁ,
କହିଲେ ଜୀବନ ନଷ୍ଟ ।।
ଦାନ୍ତ ଭିତରରେ, କିଛି ଅଟକିଲେ,
ବାହାର କରଇ ଜିଭ ।
ଦାନ୍ତର ପ୍ରକୃତି, ଜିଭକୁ କାମୁଡ଼େ,
କଷ୍ଟ ଦେଇ ପାଏ ଲାଭ ।।
ଦୁଃଖରେ ରହିଲେ, ଭାଙ୍ଗି ପଡ଼ ନାହିଁ,
ସୁଖରେ ଅଧିକ ଖୁସି ।
ସମୟ ବଦଳେ, ନିଜ ଚଲା ପଥେ,
ସୁଖେ ଦୁଃଖେ ରୁହ ହସି ।।
ଯେଉଁ ମଣିଷଟି, ନିଜ ସ୍ୱାର୍ଥ ବେଳେ,
ଖୋଜି ଥାନ୍ତି ମିତ୍ର ହୋଇ ।
ସେ ମଣିଷ ସଦା, ତୁମ ଚଲା ପଥେ,
ମିତ୍ରହ୍ୱନ୍ତି ସ୍ୱାର୍ଥ ପାଇଁ ।।
କ୍ରୋଦ୍ଧ ଆସିଥାଏ, ଏକା ଏକା ବନ୍ଧୁ,
ଲୋଟିନିଅଇ ସର୍ବସ୍ୱ ।
ବନ୍ଧୁ ପ୍ରିୟା ପ୍ରୀତି, ନଦେଖଇ କ୍ରୋଧ
କରିଦିଏ ତୁମେ ନିଃସ୍ୱ ।।
ଖରାପ ଲୋକଙ୍କୁ, ଭୁଲି କିଆଁ ତୁମେ,
ଭଲ ଲୋକଟିଏ ଖୋଜ ।
ଖରାପ ଗୁଣକୁ, ଭୁଲି ତୁମେ ତାର,
ଭଲ ଗୁଣ କର ନିଜ ।।
****************
ଲେଖକ(ମହେଶ୍ୱର ସାହୁ)
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ଵର( ଭଦ୍ରକ)
