ବନ୍ଦେ ସରସ୍ଵତୀ ମାଆ
ବନ୍ଦେ ସରସ୍ଵତୀ ମାଆ
ହଂସବାହିନୀ ତୁ ମା ବୀଣାବାଦିନୀ ତୁ ମା
ପୁସ୍ତକ ଧାରିଣୀ ମାଆ
ବିଦ୍ୟାଦାୟିନୀ ତୁ ମା ଜ୍ଞାନ ପ୍ରଦାୟନୀ ମା
ସୌଭାଗ୍ୟ ଦାୟିନୀ ମାଆ
ବନ୍ଦେ ସରସ୍ଵତୀ ମାଆ ।0।
ଅନ୍ତରରେ ଯିଏ ନିତି ଡାକୁଥାଏ
ଭକ୍ତିରେ ହେଉ ମା ବନ୍ଧା
ଧନୀ କି ଗରିବ ଦେବ କି ଦାନବ
କଣ୍ଠେ ବିଜେ କରୁ ସଦା
ପାଇ ତୋ ପରଶ ମୂର୍ଖ କାଳିଦାସ
ଜଗତେ ରଖିଲେ ନାଆଁ ।୧।
ଜ୍ଞାନର ଭଣ୍ଡାର ମାଲିକାନା ତୋର
ବାଣ୍ଟୁ ଅଜ୍ଞାନୀକୁ ଜ୍ଞାନ
ବ୍ରହ୍ମା ବିଷ୍ଣୁ ଶିବ ଯକ୍ଷ ବା ଦାନବ
କରୁଥାନ୍ତି ତୋତେ ଧ୍ୟାନ
ଶ୍ରୁଭ୍ର ପରିହିତା ମଙ୍ଗଳ ବାରତା
ସ୍ମିତ ହାସିନୀ ତୁ ମାଆ ।୨।
