STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅସଲ ପରିଚୟ

ଅସଲ ପରିଚୟ

1 min
11


ସ୍ୱପ୍ନମୟ ଜୀବନ

ବାଲ୍ୟ -କୈଶୁର ମଣି କାଞ୍ଚନ

କର୍ମମୟ ଶୟନ

ଯୌବନାଦୀପ୍ତ ଶ୍ରମସ୍ନାନ


ସମୟାନୁବର୍ତ୍ତିତାର ପଥେ ପଥେ

କର୍ତ୍ତବ୍ୟର ହିସାବ ସାଥେ ସାଥେ

ଦାୟିତ୍ୟ ମୁଣ୍ଡେଇ ମାଥେ ମାଥେ

ଚାଲିବାକୁ ହୁଏ ଅମଡ଼ାବାଟ

ପଛକୁ ଫେରିଲେ ହାରିବାର ଭୟ

ପଳାୟନପନ୍ଥୀର କଳାଦାଗ

ପାଦ ଉଠୁନାହିଁ ଆଗରେ ଅଗମ୍ୟ ପ୍ରାନ୍ତର

ଜିଣିବାର ଦୁର୍ବାରଗ୍ରନ୍ଥି ଅଶାନ୍ତ କରେ ଆଗ


ବର୍ଷ ମାସ ଦିନ ଦଣ୍ଡକୁ କଡ଼ାଗଣ୍ଡା କରି

ସଂଚିତ ମାନସ ସାହସକୁ ବଳମୁଠା କରି

ପାହୁଣ୍ଡ ପରେ ପାହୁଣ୍ଡ ଚିରି

ପାଦ ପକେଇ ବାକୁ ହେବ


ମଣିଷ ଆମେ ଦେବ ସନ୍ତାନ

ହାରିବା ଝୁଣ୍ଟିବା ଅନେକ ଥର

ହାର ମାନି ନେବା ନି ସେତେ ବାର

ପୁଣି ଉଠି ପଡିବା ଝାଡିଝୁଡି

ସପଥ ସୈନିକର ବଳ ସଂଚାରି ସଜାଡି


ପୁଣି ଖେଦିଯିବା ବନ ପ୍ରାନ୍ତର କେଦାର

ଫଳେଇବା ସୁନାର ଫସଲ ଧରଣୀଧର

ଘରେ ଘରେ ଦାନା ପାଣିର ଅଭାବ ଶେଷ

ମୁଖେ ମୁଖେ ହସ ଖୁସିର ଅମାର ଅଶେଷ


ଅଭାବି ସଂସାର ଯେବେ ମୁରୁକି ଦେବ

ଜାଣିବ କି କର୍ମମୟ ଶ୍ରମମୟ 

ଜୀବନ ସାର୍ଥକ ହେବ

ଦୂର ହେବ ଅଗଣିତ ଦୁଃଖ ସଂଶୟ 


ସ୍ୱପ୍ନମୟ ରଙ୍ଗମହଲକୁ ଛାଡ଼ି

ନୂଆ ବାସ୍ତବତାକୁ ବାଛିଛି

ନୂଆ ସମ୍ଭାବନାକୁ ମୁଠେଇଛି

ନୂତନ ପ୍ରଜ୍ଞାକୁ କାଖେଇଛି

ନବୀନ କୌଶଳକୁ ବାନ୍ଧିଛି


ବିଶ୍ଵ ଯାଗତିକ ଯାନ୍ତ୍ରୀକ ଯୁଗରେ

କର୍ମ ଦେଉ ଅସଲ ପରିଚୟ

ସ୍ବପ୍ନ ପ୍ରବଣ ମନ ସ୍ୱପ୍ନମୟ ଚୈତନ

କୋଣଠେସା ନକଲି କତିପୟ ।


Rate this content
Log in

Similar oriya poem from Inspirational