STORYMIRROR

Kalandi pal

Inspirational

4  

Kalandi pal

Inspirational

ଇଏ କି ବିଚାର

ଇଏ କି ବିଚାର

1 min
9


ବଡ ଘର ଛୁଙ୍କ    ବାସେନି କାହାକୁ

     ଗରିବ ଛୁଙ୍କଟି ବାସେ

ବଡ ଘର ଦୋଷ   ଧରନ୍ତିନି କେହି

     ଗରିବର ହାଟ ବସେ ।।


ଥିଲା ବାଲା ଲୋକେ ଜାଣି ଭୁଲ କଲେ

     କହେନି କେ ମୁହଁ ଖୋଲି

ଅଜାଣତେ ଭୁଲ     କରିଲେ ଗରିବ

     ହୁଅଇ ସବୁରି ଶାଳୀ ।।


ଖାଉ ଥାଉ ଭାତ    ତୁଛା ଲୁଣ ସାଥ

     ଜାଣନ୍ତି ଖାଉଛି ଭଲ

ଗରିବ ଖାଇଲେ     ସଭିଏଁ କୁହନ୍ତି

     ଏଇଟା ବ୍ରହ୍ମ ଚଣ୍ଡାଳ ।।


ଧନୀ ଝିଅ ମାତେ ବୟେ ଫ୍ରେଣ୍ଡ୍ ସାଥେ

     ସଉକ ତାର ସେଇଟା

ଗରିବ ଝିଅଟେ   ପଦେ କଥା ହେଲେ

     ମୁଣ୍ଡେ ବୋଳା ହୁଏ ଅଠା ।।


କରେ ଥିଲା ବାଲା   ମହଲା ମହଲା

     ପ୍ରଶଂସା କରନ୍ତି ଭାରି

ନ ଥିଲା ବାଲାର    ବଖରାଟେ ଘର

     ସହନ୍ତିନି ତାର ଶିରି ।।


ଥିଲା ବାଲା ଯେବେ ଛିଣ୍ଡା କନ୍ଥା ପିନ୍ଧେ

     ଧରନ୍ତିନି କେହି ଦୋଷ

ଗରିବ ପିନ୍ଧିଲେ    ଏ ସମାଜ କରେ

     ତାତ୍ସଲ୍ୟ ଓ ଉପହାସ ।।


ଧନୀ ଚଢ଼େ ଗାଡ଼ି   ଭଳି କି ଯେ ଭଳି

     ଉଠେନି ଆଙ୍ଗୁଳି କା,ର

ଗରିବ ଚଢିଲେ    ଗୁଜବ ଉଠେରେ

     କେତେ ବାଟି ଜମି ତାର ।।



Rate this content
Log in

Similar oriya poem from Inspirational