ସମୟ ର ଖେଳ
ସମୟ ର ଖେଳ
ସମୟ ଖେଳୁଛି ଖେଳ ଚକା ଚକା ଭଉଁରୀ,ଚକା ଚକା ଭଉଁରୀ
ସମୟର ସାଥେ ସାଥେ ଭାଗ୍ୟଯାଏ ବଦଳି,
ଚକା ଚକା ଭଉଁରୀ,ଚକା ଚକା ଭଉଁରୀ ।
ରାଜଭୋଗ ଭୋଗ ନୁହେଁ ରାଜା ହୁଏ ଫକିର
ସମୟର ଖେଳ ପୁଣି ମନକରେ ଅସ୍ଥିର
ଜୀବନ ନଉକା ତା’ର ଜଣେ ଅଛି ନାଉରୀ, ସମୟ ଖେଳୁଛି ଖେଳ
ଚକା ଚକା ଭଉଁରୀ,ଚକା ଚକା ଭଉଁରୀ ।
ସମୟ ବଦଳିଗଲେ ଦିନ ଯାଏ ବଦଳି
ଦିନଯାଇ ରାତିହୁଏ ଭାଇ ହୁଏ ଭଗାରି
ଚିହ୍ନା ଅଚିହ୍ନା ହୁଅଇ ଦିବା ହୁଏ ସର୍ବରି, ସମୟ ଖେଳୁଛି ଖେଳ
ଚକା ଚକା ଭଉଁରୀ,ଚକା ଚକା ଭଉଁରୀ ।
ବନ ପୋଡ଼ିଗଲେ ସିନା ଜାଣନ୍ତି ସଭିଏଁ
ମନ ପୋଡ଼ିଗଲେ ଅବା ଜାଣିବ ବା କିଏ
ସମୟଏମିତି ଏକ ଯାଗରିତ ପ୍ରହରୀ, ସମୟ ଖେଳୁଛି ଖେଳ
ଚକା ଚକା ଭଉଁରୀ,ଚକା ଚକା ଭଉଁରୀ ।
ଅପେକ୍ଷା କରେନିକେବେ ସମୟତ କାହାରେ
ସତ, ମିଛ ଜଣାପଡେ ସମୟର ସୁଅରେ
ପୋଡାମନ ଉଦ୍ଦଜିବିତ ଚଢେ ସୁନା ସବାରୀ, ସମୟ ଖେଳୁଛି ଖେଳ
ଚକା ଚକା ଭଉଁରୀ,ଚକା ଚକା ଭଉଁରୀ ।
ଜୀବନ ଏମିତି ସେତ ଛାଇ ଆଲୁଅର ଖେଳ
ଜିତିବା ହାରିବା କହି ହୁଏନାହିଁ କାହାର
ଜୀବନ ବିତଇ ଖାଲି କୁହୁଡି ରେ ପହଁରି, ସମୟ ଖେଳୁଛି ଖେଳ
ଚକା ଚକା ଭଉଁରୀ,ଚକା ଚକା ଭଉଁରୀ ।
ସୁଖ,ଦୁଃଖ,ଦିନ,ରାତି,ଛାଇ ଅବା ଆଲୁଅ
ବିଧାତା ବିଧାନ ବନ୍ଧୁ ବୁଝିବାଟା ଅଥୟ
ଜଣେ ଅଛି ସଞ୍ଚାଳକ ସବୁଖେଳ ତାହାରି,ସମୟ ଖେଳୁଛି ଖେଳ
ଚକା ଚକା ଭଉଁରୀ,ଚକା ଚକା ଭଉଁରୀ ।
ସବୁଯାଣେ ସବୁଦେଖେ ବସିକରେ ବିଚାର
ପାତର ଅନ୍ତର ନାହିଁ ସଭେଁ ତା’ର ନିଜର
କର୍ମ ଦେଖି ଫଳ ଦିଏ ସେତ ବିଶ୍ବବିହାରୀ, ସମୟ ଖେଳୁଛି ଖେଳ
ଚକା ଚକା ଭଉଁରୀ, ଚକା ଚକା ଭଉଁରୀ ।
