ସମୟ ର ଧାର..
ସମୟ ର ଧାର..
ସତେ ଆଜି ସମୟ ର ଧାର,
ଆଶା ଓ ଆଶଙ୍କା ର,
ଦୋ' ଛକିରେ ଠିଆ ହୋଇ,
ଦେଖେ ହା ହା କାର...
ନିରବ ନିଶ୍ଚୁପ ଏଠି,
ନାହିଁ ଆଉ କୋଳାହଳ,
ଭିତତ୍ରସ୍ତ ମଣିଷ ଟି,
ପିଇ ଯାଏ ହଳାହଳ..
ପ୍ରକୃତି ର ତାଣ୍ଡବଲୀଳା ରେ,
ପରାସ୍ତ ସୈନିକ ପରି,
ମଥା ପୋତି 'ତ୍ରାହି'ବୋଲି,
ଡାକେ ସେ ଅଧୀରେ...
ସ୍ତମ୍ଭିଭୂତ, ବେଦନାସିକ୍ତ,
କୋଳ ଆଜି ଧରଣୀ ମା'ର
ଆକୁଳ ଆର୍ତ୍ତନାଦ,ଶୁଭେ ବାରମ୍ବାର,
ତା'କାନରେ ମଣିଷ ଜାତି ର...
