STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ସମୟ ପରିମାପକ ଯନ୍ତ୍ର

ସମୟ ପରିମାପକ ଯନ୍ତ୍ର

1 min
142


ରେ ସମୟ ପରିମାପକ ଯନ୍ତ୍ର

ତୁ ସିନା ଦୁଇଟି ଖମ୍ବରେ ଦ୍ଵାଦଶ ବ୍ୟବଧାନରେ ରହି

ଆମ ଜୀବନ ଚକ୍ରକୁ କରୁ ପରିବର୍ତ୍ତନ,

ହେଲେ ଆଦର୍ଶ ଜୀବନ ଚର୍ଯ୍ୟା ପାଇଁ

ସଭିଙ୍କୁ ବାଣ୍ଟି ପାରୁଛୁକି ତୋ  ସ୍ୱପ୍ରସ୍ତୁତ ସମୟ ନିର୍ଘଣ୍ଟ ?


ତୋ ସୂଚୀପତ୍ରରେ ପ୍ରାରମ୍ଭରେ ଲେଖାଅଛି

ସମୟ କାହାରିକୁ ଅପେକ୍ଷା କରେନା

ଏ କ'ଣ ତୋ ଧମକ ?

ସମୟ ବଡ଼ ମୂଲ୍ୟବାନ ଓ ସମୟ ବଡ଼ ବଳବାନ

ଏ କଣ ତୋ ଅହଂକାର,ଆତ୍ମବଡ଼ିମା ?

ସମୟ ଉପଯୋଗ କର,ଜୀବନ ଗଢ଼

ଭାବିଛୁ ତୁ କ'ଣ ନିର୍ଦ୍ଦେଶକ ?

ଭିନ୍ନ ପୃଥିବୀର ଭିନ୍ନ ଗୁଣବତ୍ତା ମଣିଷ ପକ୍ଷେ

ସନ୍ତୁଳିତ ଏ ନିୟମ କଁ'ଣ ଦେଇପାରିବ

ସଫଳତାର ସଜ ପରଶ ?


ସେଦିନ ବାପୁଜୀ କହୁଥିଲେ

ତୁ କାଳେ ଅଳସୁଆକୁ କରୁ କର୍ମଠ

ଦେଉ ନବ ଚେତନାର ସ୍ଫୁରଣ ଶକ୍ତି

ଭରୁ ଉତ୍ସାହ,ଉନ୍ମାଦନା ଓ ଉଦ୍ଦୀପନା

ସୃଷ୍ଟି ଆରମ୍ଭରୁ କରି ଆଙ୍ଗୁଳି ନିର୍ଦ୍ଦେଶ

ସମୟାନୁବର୍ତ୍ତୀକୁ କରୁ ଶହେ ସଲାମ

ଯେ କରେ ତୋତେ ତୀରସ୍କାର

ତାକୁ ଦେଉ ପଶ୍ଚାତାପ ଓ ଦୁଃଖ ଉପହାର

ତୋ'ର ଏ ଆନ୍ତରିକ ଉଦ୍ୟମର ଆହ୍ୱାନ

ଦେଇପାରିବ କୁ ଫେରାଇ ଆତ୍ମନିର୍ଭରଶୀଳତାର ସ୍ୱାଭିମାନ ?


କହିଥିଲୁ ନା ଗର୍ଭବତୀ ପାଇଁ ତିନି ଶହ ଦିନ ଅତି ମୁଲ୍ୟବାନ

ଶିକ୍ଷାର୍ଥୀ ପାଇଁ ପରୀକ୍ଷା ଚକ୍ର ଓ କୃଷକ ପାଇଁ ନିର୍ଦ୍ଦିଷ୍ଟ ଋତୁ

ଦୁର୍ଘଟଣା ପାଇଁ କେଇ ମୁହୂର୍ତ୍ତର ସଂଗ୍ରାମ

ଜନ୍ମପାଇଁ ଦିନ ମୃତ୍ୟୁପାଇଁ କ୍ଷଣ

ସମ୍ପର୍କ ପାଇଁ ଗୋଟିଏ ପଦ ଭାଷାର ଅବଧି

ପାରିଛୁକି ଫୁଟାଇ ସଭିଙ୍କ ମୁଖେ ଚେନାଏ ହସ

କରି କାଣିଚାଏ ତ୍ୟାଗ ସମର୍ପି ଟିକିଏ ବିରାମ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational