ସମୟ କେବେ ଆସେନା ଫେରି
ସମୟ କେବେ ଆସେନା ଫେରି


ଖେଳ ସମୟେ ଖେଳିବା ଖେଳ
ପଢ଼ା ସମୟରେ ପାଠ
ରାତି ପାହିଲେ କାଉ ରାବିଲେ
ଉଠିବା ନକରି ମଠ l
ସକାଳୁ ଉଠି ବ୍ୟାୟାମ କଲେ
ଶରୀର ରହିବ ସୁସ୍ଥ
ମନ ରହିବ ପ୍ରଫୁଲ୍ଲ ସଦା
ହେବ ନାହିଁ କେବେ ଦୁସ୍ଥ l
ବହୁତ ରାତି ପର୍ଯ୍ୟନ୍ତ ଆମେ
ରହିବା ନାହିଁ ଚେଇଁ
ଶରୀର ଆମ ଦୁର୍ବଳ ହେବ
ନିଦଟି ଆସିବ ନାହିଁ l
ଠିକ୍ ସମୟେ ପଡିବା ଶୋଇ
କରିବାନି କେବେ ଡେରି
ସଅଳ ଶୋଇ ଶୀଘ୍ର ଉଠିବା
&
nbsp; ପଢ଼ା ପଢି ସବୁ ସାରି l
ଗାଧୋଇ ଖାଇ ଠିକ୍ ସମୟେ
ପାଠଶାଳାକୁ ଯିବା
ମନ ଲଗାଇ ପଢିଲେ ପାଠ
ନିଶ୍ଚୟ ସଫଳ ହେବା l
ପାଠଶାଳାରୁ ଆସିଲେ ଫେରି
କରିବା ଘରର କାମ
କର୍ମଠ ହୋଇ ଚାଲିଲେ ସଦା
ବଢିବ ଆମ ସୁନାମ l
ସମୟ ନଷ୍ଟ ହୋଇଲେ ଥରେ
ଆସିବନି ଆଉ ଫେରି
ଦିନକୁ ଦିନ ହେବ ଅନ୍ତର
ଆଉ ପାରିବାନି ଧରି l
ସମୟ ଜ୍ଞାନ ମନରେ ରଖି
ଚାଲିଲେ ସଦା ବାଟ
ଦିନେନା ଦିନେ ଏଇ ଜଗତେ
ହେବାରେ ଆମେ ଶ୍ରେଷ୍ଠ l