STORYMIRROR

Chinmayee Kanta

Abstract Thriller Others

3  

Chinmayee Kanta

Abstract Thriller Others

ସମୟ କାହିଁ

ସମୟ କାହିଁ

1 min
121

ସମୟ କାହିଁ ଆଜି ?

ସେଇ ଦିନ, ସେଇ ରାତି

ସେଇ ଶୀତ, ସେଇ ତାତି

ସକାଳ ଆସିବ ଫେରି

ପୁଣି ରାତିକୁ ଅପେକ୍ଷା କରି 

ସବୁ ସମାନ ହେଲେ

ସମୟ କାହିଁ ଆଜି ?

ପିତାମାତା ପାଇଁ ନାହିଁ ସମୟ

ନିଜ ପୁଅ ଝିଅ ପାଇଁ ଆହା

କି ଅନ୍ୟାୟ ?

କାହା ପାଇଁ ଆଜି ସମୟ ନାହିଁ 

ତଥାପି ଖୋଜୁନୁ ଆଜି

କିଏ ବି ନିଜ ପାଇଁ କିଛି ସମୟ ।

ଭୋକ ମରିଯାଏ ପେଟ ଭିତରେ

ପ୍ରେମ ସରି ଯାଏ ହୃଦୟ କୋଣରେ

କେବଳ ଦେଖା ଯାଏ ଛିଞ୍ଚା ଶିଶିର ବିନ୍ଦୁ ପରି

ଛୋଟିଆ ଆବଦ୍ଧ ସମ୍ପର୍କ ଟିଏ ।

ସତରେ ସେଇ ସମ୍ପର୍କକୁ ନେଲା କିଏ ?

 କୋଉ ମାଆ ପାଟିରୁ ବାହାରୁ ନାହିଁ

 ନିଜ ପିଲା ପାଇଁ ଗୋଟିଏ ଗୀତ

 କାହା ଘରୁ ଶୁଭୁ ନାହିଁ ଜମାରୁ

 କେତେ ଭଜନ କୀର୍ତ୍ତନ ସଙ୍ଗୀତ ।

 


Rate this content
Log in

Similar oriya poem from Abstract