STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ସମୟ ହସୁଛି

ସମୟ ହସୁଛି

1 min
218


ଅଭାବରେ କଟିଗଲା ବାଲ୍ୟ ଜୀବନଟା

କିଶୋରରେ ସହିଲୁ ତୁ ଅଶାନ୍ତି ଯନ୍ତ୍ରଣା

ଯୁବବେଳେ ଚିନ୍ତା ତୋର ଭବିଷ୍ୟତ ପାଇଁ

ଅନେକ ତ୍ୟାଗିଲୁ ତୁ କିଛି ତ ପାଇଲୁ ନାହିଁ, (୧) 


ଆଶା, ସ୍ୱପ୍ନ, ସାନ୍ତ୍ୱନା ରେ ଆଉ କେତେଦିନ

ହାରିଗଲୁ କି ତୁ ଜୀବନର ବାଜି ଥାଇ ତୋର ପ୍ରାଣ

ସମ୍ପର୍କର ସୁରକ୍ଷା ରେ ହାରିଗଲୁ କି ସମ୍ମାନ

ସଂସ୍କୃତି, ସଂସ୍କାର, ମୂଲ୍ୟବୋଧ ସବୁ ଲାଗେ ହୀନ, (୨) 


ସହନଶୀଳତା ତୋତେ କରିଲା ଦୁର୍ବଳ ବୋଧେ

କଠୋର ନ ହୋଇ ବି ପାଇଲୁ ନିଷ୍ଠୁର ଆଖ୍ୟା

ବୁଝିବାକୁ ଶୂନ୍ୟ ମନ ଏଠି ବିବେକର କଥା

ନା ଅଛି ସୁଯୋଗ କାନ୍ଦିଦେଲେ ଦୂର ହେବ ବ୍ୟଥା, (୩) 


ସମୟର ଖେଳ ଇଏ ଏମିତି ଶେଷ ଯାଏ ଚାଲିବ

କୃତ୍ରିମତାରେ କେତେଦିନ ଯେ ସେ ବଞ୍ଚି ପାରିବ

ନିଜପରେ ଅଭିମାନ ନିଜ ପରେ ଆସେ କ୍ରୋଧ

ନିଜେ ହିଁ ବୁଝିବାକୁ ହୁଏ ଯାହା ଅଛି ତାର ପ୍ରାରବ୍ଧ । (୪) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational