STORYMIRROR

Ajit Kumar Raut

Abstract Tragedy Inspirational

3  

Ajit Kumar Raut

Abstract Tragedy Inspirational

ସମୟ ହିଁ ବଳବାନ

ସମୟ ହିଁ ବଳବାନ

1 min
235


ବଳବାନ ଅଟେ ସମୟର ଚକ୍ର


ସମୟ ହିଁ ବଳବାନ,


କରୋନା ରୋଗଟି ଯନ୍ତ୍ରଣା ହିଁ ଦେଲା


ଦିନଚର୍ଯ୍ୟା ଛିନ୍ନ ଭିନ୍ନ।୧।


ଘରେ ରହିବା ହିଁ ଆବଶ୍ୟକ ହେଲା


ସ୍କୁଲ କଲେଜ ଭି ବନ୍ଦ,


କମ୍ପୁଟର ଆଉ ମୋବାଇଲ୍ ହେଲା


ପଠନେ ପାଠନେ ଛନ୍ଦ।୨।


ମାସ୍କ ପିନ୍ଧିବାଟି ଜରୁରୀ ହିଁ ହେଲା


ଛୁଆ ଠାରୁ ବୃଦ୍ଧ ଜନେ,


ସାବୁନରେ ହାତ ଧୋଇବା କାର୍ଯ୍ୟ


କରୁ ଥାନ୍ତି ଜନେଜନେ।୩।


ଦୁଇ ଗଜ ଦୂରି ପାଳନ ହୋଇଲା


ସମୟ ହିଁ ବଳବାନ,


ବିନା ଆବଶ୍ୟକେ ବାହାର ହିଁ ଯିବା


ମନା ହେଲା ଜନଜନ।୪।


ନୂଆ ଇତିହାସ କରୋନା ଲେଖିଲା


ଜଡ଼ିତ ହୋଇଲେ ଜନ,


ନୂଆ ଭାରତର ଗୌରବର ଗାଥା


ଡିଜିଟେଲ ହେଲା ମାନ୍ୟ।୫।


ଅମ୍ଳଜାନ ଆଜି ପରିପୂର୍ଣ୍ଣ ଦେଶେ


ନୂଆ ଟିକା ଆବିଷ୍କାର,


ଏହି ଟିକା ହେଲା ଜୀବନ ରକ୍ଷ୍ୟକ


ବିଜ୍ଞାନର ଆବିଷ୍କାର।୬।


ଡିଜିଟେଲ ହେଲା ଦିନଚର୍ଯ୍ୟା ଏବେ


ଛାତ୍ରଛାତ୍ରୀଙ୍କ ପଠନେ,


ପାଠ ପଢୁଛନ୍ତି ଆନନ୍ଦ ଖୁସିରେ


ଅପୂର୍ବ ଉତ୍ସାହ ମନେ।୭।


ଯନ୍ତ୍ରଣା ସଙ୍ଗରେ ଆତ୍ମନିର୍ଭରଟି


ମନ୍ତ୍ର ଭରି ଦେଲା ଜନେ,


ନୂଆ ଇତିହାସ ପ୍ରାରମ୍ଭ ହୋଇଲା


ଆତ୍ମବିଶ୍ବାସ ହିଁ ମନେ।୮।


ସେବାଭାବ ଆଜି ନିଃସ୍ବାର୍ଥ ହିଁ ହେଲା


ଗାଁ ପ୍ରତି ଆଜି ଆଦର,


ବିନା ଭ୍ରଷ୍ଟାଚାରେ ଟଙ୍କା ଆସୁଅଛି


ନୂଆ କଳେବର ତାର।୯।


ବଳବାନ ଅଟେ ସମୟର ତକ୍ର


ସମୟ ହିଁ ବଳବାନ,


କରୋନା ରୋଗଟି ଏପରି ଆସିଲା


ଦିନଚର୍ଯ୍ୟା ଛିନ୍ନ ଭିନ୍ନ।୧୦।


Rate this content
Log in

Similar oriya poem from Abstract