STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ସମୟ ଦେଖୁଛି

ସମୟ ଦେଖୁଛି

1 min
249


ସମୟ ସର୍ବ ବ୍ୟାପି, ସର୍ବ କାଳଜୟୀ, 

କେଉଁ ଯୁଗ ଯୁଗରୁ

ଚାଲିଅଛି ତାର କରାଳ ଗତିଧାରାରେ 

କେଉଁ ଆଦି କାଳରୁ |୧|


ସବୁ ସମୟରେ ସମୟ ଦେଖିଛି, ଦେଖୁ

ଅଛି ଓ ଦେଖୁଥିବ 

ଏହି ପୃଥିବୀରେ ଘଟୁଥିବା ସରବ ପ୍ରକାର

ଖବର ଓ ଦ୍ରବ୍ୟ |୨|


ବହୁ ସଭ୍ୟତାର ଘଟି ଥିବା ଅଭ୍ୟୁଦୟ ଓ

 ବିଲୟକୁ

କେତେ ଦେଖିଛି, ଦେଖୁଛି, ଓ ଦେଖୁଥିବ 

ଜୟ ବିଜୟକୁ |୩|


କେତେ କେତେ ଶାସକର ମୂଳରୁ ଶେଷ,

ଉତ୍ଥାନ ଓ ପତନ, 

ଅହଂକାରୀର ଜୟ ଓ ବିଜୟର ମନମୂଖୀ 

ଅଭିଯାନ |୪|


ଦେଖିଛି, ଦେଖୁଛି, ମଣିଷ ତ ପରମାଣୁ ଶକ୍ତି

 ବ୍ୟବହାର କରି 

ନିରୀହ ମଣିଷ ଆଖିରେ ଆଖିଏ ଲୁହ ଦେଲା

ଦେଉଛି ଭରି |୫|


ଦେଖିଛି ଦେଖୁଛି, କୋମଳ ଶିଶୁଗଣ କିପରି

ବଂଚିତ ହୁଅନ୍ତି 

ଅମଣିଷତାରୁ ମାଆ'ର ସ୍ତନ'ରୁ କ୍ଷୀର ଟିକିଏ

ପାଇ ନାହାଁନ୍ତି |୬|


ମାଆ ବୋଲି ଡାକିବା ପୂର୍ବରୁ, ମିଶିଗଲା ସେ

ଦେହ ମାଟିରେ 

କେତେ ରକତ ପିପାସୀ ମଣିଷ ନାଚି ଅଛନ୍ତି 

ଅତି ଆନନ୍ଦରେ |୭|


ଦେଖିଛି ଦେଖୁଛି, ଦିବାଲୋକେ, ଦୃଶ୍ୟ ନାରୀ

କୁ ଉଲଗ୍ନ କରିବାର,

ଡହ-ଡହ ହୁଏ ଦୁଃଶାସନ ଭଳି ବଳାତ୍କାରୀର

 ବାହୁ ଯୁଗଳ'ର |୮|


ଦେଖିଛି ଦେଖୁଛି କେତେ, ଏଇ ସମାଜରେ 

ଧରମା'ର ଆତ୍ମାହୁତି,

ବାରଶହ ବଢେଇ ଜୀବନ ରକ୍ଷା ପାଇଁ ସ୍ୱୟଂ

ଜୀବନ ଦିଅନ୍ତି |୯|


ଦେଖିଛି ଦେଖୁଛି, ଜାଲିଆନା ବାଗ ପରି ବହୁ

ହତ୍ୟାକାରୀଙ୍କୁ

ଶାସକର ଗାଦୀ ପାଇଁ ନାରକୀୟ ଲୀଳା କରି

ଥାଏ ମଣିଷକୁ |୧୦|


ଦେଖିଛି, ଦୁନିଆରେ ଖଟିଖିଆର ଶ୍ରମକୁ 

ଲୁଟିଖିଆ ଲୁଟୁଛି 

ଖଟିଖିଆର ବର୍ଷା ଖରା କାକର ରକତ 

ଶ୍ରମରେ ଭକ୍ତିର ଗୀତ ଗାଉଛି |୧୧|


ଦେଖିଛି, ଦେଖୁଛି, ଦୁନିଆରେ କେତେ 

ବୀର ବିପ୍ଳବୀ ସନ୍ତାନର 

ରକତ ଗଡିଛି ମାଟିରେ ଭଗତ ସିଂହ 

ଅବା ଖୁଦିରାମ ବୋଷର |୧୨|


ବିପ୍ଳବୀ ଓ ଦାର୍ଶନିକଙ୍କ ପ୍ରଚେଷ୍ଟାରେ 

ମଣିଷ ସ୍ୱାଧୀନତା ରହିଛି,

ଅବହେଳିତ ପଥର ମୂର୍ତ୍ତିରେ ମଣିଷ 

ସ୍ମୃତିକୁ ଖାଲି ସଜାଇ ରଖିଛି |୧୩|


Rate this content
Log in

Similar oriya poem from Abstract