STORYMIRROR

Satyabati Swain

Inspirational

4  

Satyabati Swain

Inspirational

ସମୟ ଆସିଛି

ସମୟ ଆସିଛି

1 min
314

ସମୟ ଆସିଛି

ତନ୍ନ ତନ୍ନ କରି ବିଶ୍ଳେଷଣ

ସମୀକ୍ଷା କରିବା ପାଇଁ

ନିଜ ମନ,ହୃଦୟ,ଆତ୍ମା ଓ କାର୍ଯ୍ୟ।


ଅମୂର୍ତ୍ତ ମୁହୂର୍ତ୍ତ

ମଣିଷ ଓ ମାଟି

ବିନୀତ, ବିଶ୍ୱସ୍ତ

ଅନୁଗତ ଓ ଦରଦୀ ହେବାକୁ

ସାଙ୍କେତିକ ସ୍ପନ୍ଦନ

ଦୁର୍ବାର ପ୍ରଚେଷ୍ଟା

ଏବଂ

ଅପରିସୀମ ଆଗ୍ରହର

ଅନ୍ତହିଁନ ଜିଜ୍ଞାସା ଲୋଡ଼ା।


ସଂକଳ୍ପ ବଦ୍ଧତା

ଆଚରଣ ତଥା ଉଚ୍ଚାରଣରେ

ଅକୁଣ୍ଠିତ ସ୍ନେହ

ଅସୁମାରୀ ଶ୍ରଦ୍ଧା

ହୃଦୟଭର୍ତ୍ତି ମମତା

ହୁଏତ ସଦ୍ ଗତି ଦେଇପାରେ

ସ୍ୱାର୍ଥ ସର୍ବସ୍ୱ ପିଶାଚ ପ୍ରବୃତ୍ତି ମଣିଷକୁ।


ସମୟ ଆସିଛି

ଅନୁଧ୍ୟାନ ଓ ଅନୁଶୀଳନର

ପ୍ରେମାନୁଭବର ନିବିଡ଼ ସ୍ପର୍ଶ

ଭୋଗବାଦ ରୁ ମୁକ୍ତି

ସୂକ୍ଷ୍ମ ଅନ୍ତର୍ଦୃଷ୍ଟି ସମ୍ପନ୍ନ ମାନସିକତା ଲୋଡ଼ା

ନଷ୍ଟ ପୃଥିବୀର ଉଦ୍ଧାର ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational