STORYMIRROR

DHARITRI SAHU

Classics

4  

DHARITRI SAHU

Classics

ସ୍ମୁତି ଅଲିଭା ଅକ୍ଷର ଗୀତି

ସ୍ମୁତି ଅଲିଭା ଅକ୍ଷର ଗୀତି

1 min
332

ସ୍ମୃତି ଏକ କଅଁଳିଆ ଅନୁଭୁତି,

ସ୍ମୃତି ଏକ ଅଲିଭା ଅକ୍ଷରେ ଗୀତି।


ସ୍ମୃତି ସେହି କାଗଜ ଡଙ୍ଗାର ପାଲ,

ସ୍ମୃତି ସେହି ପାଣି ଫୋଟକା ର ମୁଲ।


ସ୍ମୃତି ସେହି ମିଛି ମିଛିକାର ଖେଳ,

ସ୍ମୃତି ସେହି କଣ୍ଢେଇ ର ବାହାଘର।


ସ୍ମୃତି ସେହି ପିଲାଦିନ ସାଙ୍ଗ ମେଳ,

ସ୍ମୃତି ସ୍କୁଲ ଯିବା ଆସିବାର ବେଳ।


ସ୍ମୃତି ସେହି ଗାଁ ସଂଧ୍ୟା ଶୋଭା ବେଳ,

ସ୍ମୃତି ସେଠି ବୋହୁ ବୋହୁ କାର ଖେଳ।


ସ୍ମୃତି ସେହି ପ୍ରଥମ ଯୌବନ ନିଶା,

ସ୍ମୃତି ସେହି ଅକୁହା ପ୍ରେମର ଭାଷା।


ସ୍ମୃତି ସେହି ହୃଦୟର ଶିହରଣ,

ସ୍ମୃତି ସେହି ସ୍ବପ୍ନ ସୌଦାଗର ମନ।


ସ୍ମୃତି ସେହି ଡାକବାଲା ପ୍ରତିକ୍ଷାର

ସ୍ମୃତି ସେହି ବିରହିଣୀ ପ୍ରେମିକାର।


ସ୍ମୃତି ସେହି ସବାରୀରେ ନବ ବଧୁ 

ସ୍ମୃତି ସେହି ମିଳନର ପ୍ରତି ମଧୁ।


ସ୍ମୃତି ସେହି ଗାଇଆଳ ବଂଶୀ ସ୍ବନ

ସ୍ମୃତି ସେହି ହଳିଆ ହୁଂକାର ତାନ।


ସ୍ମୃତି ସେହି ରଜ ଦୋଳି ଖେଳ ଗୀତ,

ସ୍ମୃତି ସେଠି ହୋଲି ରଙ୍ଗ ଖେଳା ମୂଖ।


ସ୍ମୃତି ସେଠି ଦୀପାବଳୀ ଦୀପ ଶୀଖା,

ସ୍ମୃତି ସେହି ଦେବାଳୟ ଶଂଖ ଫୁଙ୍କା।


ସ୍ମୃତି ସେହି ପୂଜା ପାରବଣ ପିଠା,

ସ୍ମୃତି ପାଲା, ଦାସକାଠିଆ ଓ ଯାତ୍ରା।


ସ୍ମୃତି ସେଠି ବଞ୍ଚିବାର ପ୍ରଲୋଭନ

ସ୍ମୃତି ସେଠି ହଜିବାର ସମ୍ମୋହନ।


ସ୍ମୃତି ସେହି ମୋ ଗାଁ ଅସ୍ମିତା ର,

ସ୍ମୃତି ସେତ ଅଭୁଲା ଗୀତି ଆତ୍ମାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics