STORYMIRROR

pranati Mahapatra

Children

3  

pranati Mahapatra

Children

ସ୍ମତିରେ ଶୀତ

ସ୍ମତିରେ ଶୀତ

1 min
275

ହିମର ପ୍ରକୋପେ ହେମାଳି ଯାଉଛି

ଅଷ୍ଟାଙ୍ଗ ଶରୀର ମୋର,

ପୂଣ୍ୟ କାର୍ତ୍ତିକେ ପୋଖରୀ ନଦୀରେ

ଭାସିଯିବ ନାଆ ମୋର।

ଫେରିବନି ସିନା ସାଧବ ପୁଅର 

ବେପାର ବଣିଜ ବେଳ,

ବାରମାସେ ତେର ଓଷା ପୂଜା ବ୍ରତ

ଆମ ପରମ୍ପରା ଜାଣ।

ଶୀତ ତ ଆସିଲେ ଚାଷୀ ପୁଅ କ୍ଷେତେ

ସୁନାଫଳ ଉପୁଯାଏ,

ଶୁଭ୍ରଧାନ୍ୟ ବେଣୀ ମାଆ ଲକ୍ଷ୍ମୀ ପାଶେ

କେଡ଼େ ଶୋଭା ଦିଶୁଥାଏ।

ଶୀତରେ କମଳ କୁନାମୁନିଙ୍କର 

ମିତ ପରା ହୋଇଯାଏ,

ନାନା ଜାତି ଶାଗ ପନିପରିବାରେ 

 ବାଡି ବଗିଚା ତ ହସୁଥାଏ।

ପଢୁଆଁ ଅଷ୍ଟମୀ ଏଣ୍ଡୁରିପିଠା 

ନବବସ୍ତ୍ରେ ବଡ ସନ୍ତାନ,

ସୁଦଶାର ମଣ୍ଡା ଖାଇ ମହାଲକ୍ଷ୍ମୀ

ଆଶିଷ ଢାଳନ୍ତି ଜାଣ।

ଏ ଶୀତ ଆସିଲେ ବଡିଭୋରରୁ

ଧୁନି ନିଆଁ କେତେ ଜଳେ,

ମୋ ପିଲାଦିନର ଶୀତ ସକାଳକୁ

ବସି ବସି ସଦା ଭାଳେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children