STORYMIRROR

Rabindra kumar Sahoo

Abstract Action

4  

Rabindra kumar Sahoo

Abstract Action

ସମତା ଭିତ୍ତିକ ଶାସନ

ସମତା ଭିତ୍ତିକ ଶାସନ

1 min
186


ଗାଦିରେ ବସିବୁ

କ୍ଷମତା ଭୋଗିବୁ

ଦେଶକୁ କରିବୁ ଶାସନ

ଶାସନ ନାମରେ

ଆସନ ଆବୋରି

କରିବୁ ଦେଶକୁ ଶୋଷଣ

ଚାଷୀ ମରୁ ଅବା

ଚାଷ ମରୁ

ଲୋଡା ଆମକୁ

କ୍ଷମତା କୁର୍ସି

ଲୋଡା ଆମକୁ

ସୁସ୍ଵାଦୁ ବ୍ୟଞ୍ଜନ ।

କିଏ ଶୁଣୁଛି

କିଏ ଦେଖୁଛି

ଏ ମଳି ମୁଣ୍ଡିଆଙ୍କ କଷଣ

ଶୋଷଣ, କଷଣ,

ଧର୍ଷଣରେ ମନ

ନ ଚାହାନ୍ତି ସୁଶାସନ ।

ଯେତେ କରିବେ

ଏମାନେ ଲୁଣ୍ଠନ

ଯେତେ ଲୋକଙ୍କୁ

ଦେଖାଇବେ ଲଣ୍ଠନ

ଦଳୀୟ ସ୍ଵାର୍ଥ କରିବେ

ଯେତେ ସାଧନ

ସେତେ ମଜଭୁତ ହେବ

ତାଙ୍କ କ୍ଷମତା ଗାଦିର ଆସନ ।

ମଣ୍ଡିରେ ଗଜା ହେଉ ପଛେ

ଚାଷୀଙ୍କର ଧାନ

କି ଫସଲ ହାନି ଯୋଗୁଁ

ଆତ୍ମହତ୍ୟାରେ ଯାଉ

ଚାଷୀଙ୍କର ପ୍ରାଣ

ବାହାରେନି ଶାସକ ଶୋଷକଙ୍କ

ମୁଖରୁ ବଚନ

ତାକୁ ପ୍ରେମ ଜନିତ

ଆତ୍ମହତ୍ୟା କହି

କରନ୍ତି ସେ ଅଭିଯୋଗର ଖଣ୍ଡନ

ଧନ୍ୟ ଧନ୍ୟ ଆମ ଏ ଶାସନ

ବୁଦ୍ଧିଜୀବି, ଶ୍ରମିକ, କୃଷକ

ନ ଜାଗିବା ଯାଏଁ

ଦେଶେ ଆସିବ କି ସୁଶାସନ

ଶାସନ ନାମେ

ଏମିତି ଚାଲିଥିବ ଖାଲି ଶୋଷଣ

ନେତା ମାରୁଥିବେ ଭାଷଣ

ଜନତାଭୋଗୁଥିବେ ଖାଲି କଷଣ

ଅବଳା ଦୁର୍ବଳା ହେଉଥିବେ

କେବଳ ଧର୍ଷଣ

ମାଟି ମା'ରସେବା କରୁଥିବା

ଜୀବନକୁ ଜଳାଞ୍ଜଳି ଦେଇ

ସୁନାର ଫସଲ ଉପୁଜାଉଥିବା

ଚାଷୀ ପୁଅ ପରା

ଏ ମାଟିର ସୁଯୋଗ୍ୟ ସନ୍ତାନ

କେବେ ବୁଝିବେ

ଏ ନେତୃଗଣ

କେତେ ହୀନିମାନ

କେତେ ଶୋଷଣ ହେବେ

ଏ ଜାତି ମେରୁଦଣ୍ଡ

ଏ ମାଟିର ସୁଯୋଗ୍ୟ ସନ୍ତାନ ?

ଜାଗ କୃଷକ, ଜାଗ ଶ୍ରମିକ

ଜାଗ ଦଳିତ, ଜାଗ ଶୋଷିତ

ଏ ଦେଶେ ଆଣିବାକୁ

ସମତା ଭିତ୍ତିକ ଶାସନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract