Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସମସ୍ୟା

ସମସ୍ୟା

1 min
211



ଅବିରତ ଯଦି ସମସ୍ୟା ଆସୁଛି ଶ୍ରାବଣ ବରଷା ପରି,

ମନେ ରଖିଥିବା ଜଗତର ନାଥ ଆସିବେ ଛତାଟି ଧରି |


ସବୁଠୁଁ ସହଜ ସବୁଠୁଁ ଜଟିଳ ଦୋଷ-ତ୍ରୁଟି ଖୋଜାଖୋଜି,

ପରଦୋଷ ଅତି ସହଜରେ ଦିଶେ ନିଜଦୋଷ ଯାଏ ହଜି |


ବିଫଳତା କେବେ ହରାଇ ଦେବନି ଥିବ ଯଦି ମନୋବଳ,

ସଫଳତା ନିଜେ ଗୋଡ଼େଇ ଆସିବ ଯାଚିଦେବ ମିଠାଫଳ |

ଆଶା ଅଭିଲାଷ ପ୍ରବଳ ହୋଇଲେ ମନ ଉଡ଼େ ଆକାଶରେ, 

ହାର ମାନିଯିବା ନିଶ୍ଚିତ ହୋଇବ ଆକାଶକୁ ଛୁଇଁବାରେ |


ଦିନ ଆସେ ନୂଆନୂଆ ଆଶା ଆଉ କଳ୍ପନାକୁ ସାଥେନେଇ,

ଦିନଯାଏ ପୁଣି କେତେ ଅଭିଜ୍ଞତା ନୂଆ ଅନୁଭୂତି ଦେଇ |


ନିଶ୍ଵାସ ଛାଡ଼ିଲେ ପ୍ରାଣୀ ଶରୀରରୁ ପ୍ରାଣ ଛାଡ଼ିଥାଏ ଥରେ,

ବିଶ୍ଵାସ ଛାଡ଼ିଲେ ପ୍ରତି ମୁହୂର୍ତ୍ତରେ ଛଟପଟ ହୋଇମରେ | 


ଆମସୁଖ ଦେଖି ଆତ୍ମା ହସେ ପୁଣି ଦୁଃଖରେ ବି ହସୁଥାଏ,

ଅନ୍ୟର ଦୁଃଖକୁ ଦୂରକଲେ ପ୍ରାଣୀ ଆତ୍ମା ଧନ୍ୟବାଦ ଦିଏ |

 

#ସିଧାକଥା


Rate this content
Log in

Similar oriya poem from Inspirational