STORYMIRROR

Dr.Omm Prasad Pradhan

Abstract

2  

Dr.Omm Prasad Pradhan

Abstract

ସମସ୍ତେ ଆସିଥିଲେ

ସମସ୍ତେ ଆସିଥିଲେ

1 min
245

 ସମସ୍ତେ ଆସିଥିଲେ ଗୋଟେଇ ନେବାକୁ 

କିଏ ସଫଳତା ର ଶ୍ରେୟ କୁ

କିଏ ଯୌବନ ର ସୁଗନ୍ଧ କୁ

ଆଉ କିଏ ସୌନ୍ଦର୍ଯ୍ୟ ର ସ୍ପର୍ଶ କୁ

ସମସ୍ତେ ଆସିଥିଲେ ଜୀବନ ରେ 

ଜୀବନ୍ତ ଭାବେ ନିଜକୁ ଜାହିର ପାଇଁ 

ପ୍ରେମ ନୁହେଁ ,ପ୍ରତାରଣା ର ହୃଦୟ ନେଇ


ଆଖିରେ କିଛି ଲୁହ ଆଉ ଯନ୍ତ୍ରଣା ଦେଇ 

ସେମାନେ ବି ଚାଲିଗଲେ ପର ହେଇ 

କିନ୍ତୁ ଆସିଥିଲେ ଅବଶ୍ୟ ନିଜର ହେଇ 

ବ୍ୟବସାୟୀ ର ସୁନ୍ଦର ପ୍ରତିମା ଟେ ହେଇ 

କିଛି ଶିଖେଇ ଦେଇ ଜୀବନ ର ମନ୍ତ୍ର 

କି ସେମାନେ ହୃଦୟ ହୀନ ଏକ ଯନ୍ତ୍ର 

ଆବଶ୍ୟକତା ର ଆବୃତି କରିଥିଲେ 

ପ୍ରେମର ଡିଣ୍ଡିମ ବି ବଜେଇଥିଲେ 

ଚିତ୍କାର କରିଥିଲେ ଏବଂ ପ୍ରମାଣ ସହିତ 

ସେମାନେ ଅସମ୍ଭବ ଭାବେ ମୋର ବୋଲି 


କିନ୍ତୁ ସେସବୁ ମିଛ ଅନ୍ତିମ ସମୟରେ 

କୃତକାର୍ଯ୍ୟ ନ ହେବାର ଅଭିମାନ ରେ 

ସମୟ ହେଉନି ବାହାନା ରେ 

ଆଉ ମିଥ୍ୟା ର ମାୟାବୀ ସମ୍ପର୍କ ରେ 

ସମସ୍ତେ ଆଡେଇ ଦେଲେ ନିଷ୍ଠୁର ଭାବେ 

ଆଉ ମୁଁ ଦେଖିଥାଏ ଦର୍ଶକ ଭଳି 

ଏଇ ଚିତ୍ର ମୟ ବିଚିତ୍ର ପୃଥିବୀ କୁ 

ଆଉ ବହୁରଙ୍ଗୀ ଏଇ ସମ୍ପର୍କ କୁ 


ସମ୍ପର୍କ ର ସୂତା ଖିୟ କୁ ହଜେଇ 

ସମାଜ ର ସହଯୋଗ କୁ ସାଲ୍ୟୁଟ ମାରି 

ମୁଁ ବି ବାହାରି ପଡ଼ିଲି କିଛି ଗୋଟେଇବାକୁ 

ସମ୍ପର୍କ ର ସମାଧି ତଳୁ କିଛି ଖୋଜିବାକୁ 

ଆଉ କିଛି ସମୟ ପାଇଁ ଏକୁଟିଆ ଭାବିବାକୁ 

କିନ୍ତୁ ଶେଷ ରେ ମୁଁ ଏକୁଟିଆ ନଥିଲି 

ସେ ପୁଣିଥରେ ମୋତେ କୋଳେଇନେଲା 

ଅତି ପାଖକୁ ସବୁଦିନ ପାଇଁ 

ନିଃସର୍ତ୍ତ ପ୍ରେମ ଭାବରେ 

ଯେଉଁଠି ଆବଶ୍ୟକତା କୁ ନୁହେଁ 

ଅତ୍ମୀୟତା କୁ ପରଖା ଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract