STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ସ୍ମୃତିରେ ତୀରଥ ଗଡ଼

ସ୍ମୃତିରେ ତୀରଥ ଗଡ଼

1 min
404

ସାଙ୍ଗସାଥୀ ମିଳି ଗଲୁ ଆମେ ଚଳି

ପ୍ରକୃତି ରାଣୀ ଦର୍ଶନ

ଛତିଶଗଡ଼ରେ ତୀରଥ ଗଡ଼ ସେ

ଟାଣେ ସଭିଙ୍କର ମନ।

ଜଗଦଲପୁର ଅନତି ଦୂରରେ

ରହିଛି ଜଳପ୍ରପାତ

ତା'ର ଚାରୁ ରୁପ ସୌମ୍ୟ ଶାନ୍ତ ଭାବ

ଆକର୍ଷିତ କରେ ସ୍ବତଃ।

ତେଜି ଗିରି କୋଳ ବହୁଛି ନିର୍ଝର

ହୃଦୟେ ନାହିଁ ତା ଦୁଃଖ

ସୁଶୀତଳ ଜଳ ଜୀବେ କରି ପାନ

ଲଭନ୍ତି ଅପାର ସୁଖ।

କଳକଳ ନାଦେ ନାଚି ନାଚି ଗାଏ

ଜୀବନର ମଧୁ ଗୀତି

ପର ଉପକାର ଜୀବନର ବ୍ରତ

ଲଭେ ସେହୁ ଉର୍ଦ୍ଧ୍ବ ଗତି।

ସେ ପାବନ ଜଳେ ଆନନ୍ଦ ବିହ୍ବଳେ

ସଭିଏଁ ସ୍ନାହାନ ସାରି

ସ୍ଥିରଚିତ୍ର କେତେ ଉତ୍ତୋଳନ ହେଳେ

ପ୍ରଫୁଲ୍ଲିତ ଚିତ୍ତ ଭାରି।

ହୃଦ କନ୍ଦରରେ ଛୋଟ ଜାଗାଟିଏ

କରିନେଲା ଅଧିକାର

ସ୍ମୃତି ପଟଳରେ ତା ଛବି ଝଲସେ

ଶୁଭେ ପରିଚିତ ସ୍ବର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract