ସ୍ମୃତିରେ ରୁହେଟି ସେହି
ସ୍ମୃତିରେ ରୁହେଟି ସେହି
ପାପ କର୍ମ କରି ଧନ ଅର୍ଜୁ ଥାଏ
ଧର୍ମ କର୍ମେ ନାହିଁ ମନ,
ଯିବା ବେଳେ ଯିବ ମୁଳ ଭି ତାହାର
ନାହିଁ ସମାଜେ ସମ୍ମାନ।
ଏପରି ଜନର ମୂଲ୍ୟ ନାହିଁ କିଛି
ଅଟେ କଳଙ୍କ ସମାଜେ,
କୁକର୍ମ ତାହାର ଅଭିଶାପ ହୁଏ
କିଛି ନରୁହେ ସମାଜେ।
ଘୃଣା ପାତ୍ର ସେହୁ ସମାଜେ ହୁଅଇ
ଅଟେ ମହାଶତ୍ରୁ ସେହୁ,
ଆଦର ତାହାର ନଥାଏ ସମାଜେ
ଅଟେ ମହାପାପୀ ସେହୁ।
ତାହରି ମୃତ୍ୟୁରେ ଖୁସି ହେଉ ଥାନ୍ତି
ଗଲା ସମାଜୁ କଳଙ୍କ,
ତାର ସ୍ମୃତି ଚିହ୍ନ ନଥାଏ ସମାଜେ
ଥାଏଟି ପାପ କଳଙ୍କ।
ଭଲ କର୍ମ କଲେ ସୁନାମ ହୁଅଇ
ଆଦର୍ଶ ହୁଏ ସମାଜେ,
ରାଷ୍ଟ୍ର ଧର୍ମ ପ୍ରତି କର୍ତ୍ତବ୍ୟ ମନୁଷ୍ୟେ
ଦିଏଟେ ଶିକ୍ଷା ସମାଜେ।
ଧର୍ମ କର୍ମ ଜ୍ଞାନ ଉପଦେଶ ଦିଏ
ଶ୍ରଦ୍ଧା ପ୍ରେମ ଭକ୍ତି ତହିଁ,
ଜ୍ଞାନ ବଳେ ସେହୁ ଶିକ୍ଷିତ କରେଟି
ତିଳେ ସ୍ବାର୍ଥ ତାର ନାହିଁ।
ଜନତା ସେବାରେ ସମର୍ପଣ ଭାବ
ମୁଳ କରିଥାଏ ମନ୍ତ୍ର,
ଉନ୍ନତି କରିବେ ଜନତା କିପରି
ରଖି ଥାଏ ଜ୍ଞାନ ମନ୍ତ୍ର।
ଦୁଃଖୀ ଜନତାଙ୍କ ଅଶ୍ରୁ ପଛୁ ଥାଏ
ଦିଏଟି ଉତ୍ତମ ଜ୍ଞାନ,
ଉନ୍ନତି ପଥରେ ପଥଗାମୀ କରେ
ଦିଏ ସେ ଉନ୍ନତି ଜ୍ଞାନ।
ବିଭୁ କାର୍ଯ୍ୟ କରେ ମନୁଷ୍ୟର ଜନ୍ମେ
ଅହରହ ପ୍ରଭୁ ଭକ୍ତି,
ଜଗନ୍ନାଥ ନାମ ଗୁଞ୍ଜେ ହୃଦୟରେ
କରେଟି କାଳିଆ ଭକ୍ତି।
ରାଷ୍ଟ୍ର କାର୍ଯ୍ୟେ ସଦା ଆଗୁଆ ହୁଅଇ
କାର୍ଯ୍ୟ କରେ ଦିନରାତି,
କିପରି ମିଳିବ ଗୌରବ ରାଷ୍ଟ୍ରକୁ
ଚିନ୍ତା ତାର ଦିବାରାତ୍ରୀ।
ଗୃହ ଧର୍ମେ ତାର ସମଭାବ ମନ୍ତ୍ର
ପିତୃମାତୃ ସେବା ତହିଁ,
ଅତିଥିଙ୍କ ସେବା କର୍ତ୍ତବ୍ୟ ତାହାର
ଭକ୍ତି ରଖି ଥାଏ ଯହିଁ।
ପର ହିଂସା ନାହିଁ ଜୀବନରେ ତାର
ସତ୍ୟ ବାଟ ଅଟେ ତାର,
ସ୍ବାର୍ଥ ଭାବ ନାହିଁ କର୍ତ୍ତବ୍ୟେ ପଥରେ
ଅଟେ ଧର୍ମପଥ ତାର।
ଏପରି ବ୍ୟକ୍ତିଙ୍କ ସ୍ମୃତି ରହି ଥାଏ
ସ୍ମରଣ କରନ୍ତି ଜନ,
ନାମ ଗୁଞ୍ଜେ ତାର ସମାଜ ମଧ୍ୟରେ
ହୁଏଟି ତାର ସମ୍ମାନ।
ଜନ୍ମ ମୃତ୍ୟୁ ତିଥି ଅମର ରୁହେଟି
ଶ୍ରଦ୍ଧାଞ୍ଜଳି ତାର ପାଇଁ,
ମନୁଷ୍ୟର ଶିକ୍ଷା ଦିଶେ ତା କର୍ମରେ
ପୂଜନ ତାହାରି ପାଇଁ।
ଯୁଗ ଯୁଗ ରୁହେ ସ୍ମୃତିଟି ତାହାର
ଥିଲେ ସେହୁ କର୍ମଯୋଗୀ,
ଧର୍ମ କର୍ମ ବଳେ ଆଦର୍ଶ ହୋଇଲେ
ଥିଲେ ସେହୁ ଜ୍ଞାନଯୋଗୀ।