STORYMIRROR

DR PRASANTA KUMAR BISWAL

Abstract

2  

DR PRASANTA KUMAR BISWAL

Abstract

ସ୍ମୃତିରେ ଫକୀରମୋହନ

ସ୍ମୃତିରେ ଫକୀରମୋହନ

1 min
3.1K

ବାପା ମା ହରାଇ ଜେଜେମାଙ୍କୁ ପାଇ

ନାମ ବହିଲ ଫକୀର

ଦୁଃଖ ଅତିଥି ର କରିଲ ସତ୍କାର

ବିତିଲା ବାଲ୍ୟ କୌଶର

ମସୀ ଯେ ତୁମର ହୋଇଲା ମୁଖର

ମାନ ରହିଲା ଭାଷାର

ଭାଷା କମଳିନୀ ହେଲା ଚିରନ୍ତନୀ

ସମୃଦ୍ଧି ହେଲା ରାଜ୍ୟର

ସ୍ବତନ୍ତ୍ର ପ୍ରଦେଶ ଦାନ ଯେ ଅଶେଷ

ଭାଷା ଯୁଦ୍ଧେ ସେନାପତି

ଉତ୍କଳର ବ୍ୟାସ ପ୍ରବାଦପୁରୁଷ

ବିଶ୍ବ ବନ୍ଦେ ତୁମ ମତି

ଆଜିବି ରେବତୀ ଝୁରେ ଦିନରାତି

ହେଲାଣି କେତେ ଦୁର୍ଗତି

ଇଂରାଜୀ ପ୍ରବଳ ଓଡ଼ିଆ ଦୁର୍ବଳ

କବର ଦିଅନ୍ତି ନୀତି

ମଙ୍ଗରାଜ ଭୟ ଘାରିଛି ନିଶ୍ଚୟ

କାନ୍ଦେ ସାରିଆ ଭଗିଆ

ପାପ ଗର୍ଭେ ଆଜି ଯାଉଛନ୍ତି ହଜି

ପାଷାଣ୍ଡ ଘେରେ ଦୁନିଆ

ହେ ବ୍ରଜମୋହନ ତୁମ ଜନ୍ମ କ୍ଷଣ

ଧନ୍ୟ ଥିଲା ଏ ଜୀବନ

ଉତ୍କଳ ଭୁବନ ହେଲାଣି ଶ୍ରୀହୀନ

ଝୁରନ୍ତି ତୁମ ସନ୍ତାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract