STORYMIRROR

Santosh Kumar Nayak

Abstract Tragedy Others

3  

Santosh Kumar Nayak

Abstract Tragedy Others

ସ୍ମୃତିରେ ବିଜୟ

ସ୍ମୃତିରେ ବିଜୟ

1 min
21

ସ୍ମୃତିରେ ବିଜୟ


କୋଟି କୋଟି ହୃଦ ଜିତିଅଛ ତୁମେ 

ଅନେକ ବିଜୟ ଗାଥା,

ବିଜୟ ମହାନ୍ତି ଅନୁଷ୍ଠାନଟିଏ

ନୁହଁ ଖାଲି ଅଭିନେତା।


ଜାତୀୟ ନାଟକ ବିଦ୍ୟାଳୟ ଦିନେ 

ଗଢିଥିଲା କଳାକାର,

ମାୟା ନଗରୀର ମାୟା ତ୍ୟାଗକରି

ଆସିଥିଲ ନିଜ ଘର।


'ଚିଲିକା ତୀରେ' ରୁ ସିନେମା ଜୀବନ

ଆରମ୍ଭି ଥିଲ ଯେ ତୁମେ,

ହେଲେ ନାଗଫାଶ ମୁକ୍ତିଲାଭ କଲା

ସବୁଠାରୁ ଯେ ପ୍ରଥମେ।


ମମତାର ଡୋରି ବାନ୍ଧି ଦେଇଥିଲ

ପ୍ରତି ଓଡ଼ିଆର ମନେ,

ରୂପା ଶଗଡ଼ିରେ ସୁନା କନିଆ ଯେ

ବାଜେ ନିତି ଆମ କାନେ।


ଦଣ୍ଡା ବାଳୁଙ୍ଗା ଓ ଭାଗ୍ୟ ହାତେ ଡୋରି

ଧରମର ହେବ ଜୟ,

ପ୍ରତି ଚଳଚ୍ଚିତ୍ରେ ଆଖି ଭିଜି ଯାଏ

ଦେଖି ତୁମ ଅଭିନୟ।


କୋଟିଏ ମଣିଷ ଗୋଟିଏ ଜଗା ଯେ

ଥରୁଟିଏ ଦେଖିଦେଲେ, 

ହାରିବନି କେବେ ଡରିବନି କେବେ

ଯେତେ ଯାହା କଷ୍ଟ ହେଲେ।


କୃଷ୍ଣା କାବେରୀ ବା ବୋଉ ଲୁଚକାଳି

ସାଗର ଅବା ସନ୍ତାନ, 

ଲେଖିକି ବସିଲେ ପୋଥି ଟିଏ ହେବ

ତୁମ ଚଳଚ୍ଚିତ୍ର ମାନ। 


କାନ୍ଦିଛି ଦର୍ଶକ କଇଁ କଇଁ ହେଇ

ହସି ଅଛି ତୁମ ସାଥେ,

ଲୁହ ସାଗରରେ ଭସେଇ ଆମକୁ

ଚାଲିଗଲ ନିଜ ବାଟେ। 


ତୁମ ଶୂନ୍ୟ ସ୍ଥାନ କିଏ କେବେ ପୁରା 

କରି ପାରିବନି ଆଉ 

ଏତିକି ବିନତି ଠାକୁରଙ୍କ ପାଖେ 

ଆତ୍ମା ସଦଗତି ପାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract