ସ୍ମୃତିର ଗୋଧୂଳି
ସ୍ମୃତିର ଗୋଧୂଳି
1 min
12
ଆକାଶର ରଙ୍ଗୀନ ବଳୟ ତଳେ
ପୃଥିବୀର ସବୁ ଋତୁକୁ ଛୁଇଁ ଛୁଇଁ
ଆଂଶିକ ଆବରଣର ସଂସାରେ
ଅବୁଝା ଦିନ ବିତାଇଥିଲା ଶୈଶବ ହେଲେ
ଅସ୍ଥିର ପାଦର ଚଞ୍ଚଳତା ଏବେ ବି ଥକନି ।
ଚାହୁଁ ଚାହୁଁ ଗ୍ରାସ ହେଉଥିବା କ୍ଷଣ
ବିହଙ୍ଗ ରାବରେ ଉତ୍ତେଜିତ ହୋଇ
ମଲାଟ ବାନ୍ଧି ଚିତ୍ରିତ କରିଥିଲା ସ୍ମୃତିକୁ
ସେଇ ସ୍ମୃତିର ମନ୍ଥନରେ ସପ୍ନିଳ ଅମୃତ
ଉପହାର ସଦୃଶ୍ୟ ପ୍ରାପ୍ତ ହୋଇଥିଲା ।
ବିଷାଦକୁ ଖାତିର କରିନଥିବା ବୟସ
ଖୋଜୁଥିଲା ସାଥି ଖେଳ ଖେଳିବାକୁ
ଗୋଧୂଳିର ସୂର୍ଯ୍ୟ ବି ଖେଳିଥିଲା କ୍ଷଣିକ
ଅଟକିବାକୁ ଚାହିଁଥିଲା କିଛି ସମୟ ହେଲେ
ଡେଇଁ ପଡ଼ିଥିଲା ପାହାଡ଼ର ଅଗ୍ର ଭାଗରେ ।