STORYMIRROR

Narendra Sahu

Tragedy

3  

Narendra Sahu

Tragedy

ସ୍ମୃତିର ଅଣଋତୁ

ସ୍ମୃତିର ଅଣଋତୁ

1 min
14.1K



ସ୍ମୃତି ତୁ ଫେରି ପାରିବୁ କି?

ହଜିଲା ଦିନକୁ ତୋର,

ଯୋଉ ଦିନ ଗୁଡିକରେ ତୁ ତୋ ନିଜର

ଭଲ ପାଇବାକୁ ଅଜାଡି ଦେଉଥିଲୁ

ଗୋଟିଏ ବୀର ଦାନୀ ଭଳି

ସରଳ ନିଷ୍କପଟ ହୃଦୟର ପରିଚୟ ନେଇ,

ଜାଣିଛି ତୁ କେବେ ବି ଫେରି ପାରିବୁନି।୦।


ସ୍ମୃତି ତୁ ଫେରାଇ ଦେଇ ପାରିବୁ?

ପୂର୍ବରୁ ସାଇତା ତୋର ମନର ଅହେତୁକ ଇଚ୍ଛାକୁ

ଯାହା ତୁ ହରାଇ ଦେଇଛୁ ଆନମନା ହୋଇ

କୋଉ ଘଡି ସନ୍ଧିର ମୂହୁର୍ତ୍ତରେ,

କାଳର ମାୟା ଜାଲ ମଧ୍ଯରେ।୧।


ସ୍ମୃତି ତୁ ଥରଟେ ବଦଳି ପାରିବୁ?

ମନ୍ତୁରା ବାଡିର ସ୍ପର୍ଶରେ,

ଯାହାର ମନ୍ତ୍ରରେ ମତିକୁ ମାତାଲ୍ କରିଦେଇଛୁ

ପୂର୍ବାବତ୍ ଗାରିମା ଦେଖାଇ ଅଧିକାର

ଜାହିର୍ କରିପାରିବୁ କି ?

ସୂତାଖିଅର ଜଟିଳତାକୁ ନିଜେ ଖୋଲିଦେଇ।୨।


ସ୍ମୃତି ତୁ ସାଉଁଟି ଆଣିପାରିବୁ କି?

ହଜିଲା ଦିନର ଖୋଜିଲା ବୟସକୁ,

ଯେମିତି ବାଇ ଚଢେଇର ବସା,

ଶୈଶବର ଦରୋଟି କଥା,ସାୟାହ୍ନର ଶୀତଳତା,

ଆଉ ମିଳନର ପୁଲକତା

ପାରିବୁନି,ଫେରିବୁନି ଏ ତ ପରର କଥା

କିନ୍ତୁ ତୋର ବଦଳିବା ବି ଅସମ୍ଭବ

କାରଣ ତୁ ଅଣଋତୁରେ ଆସି ଚାଲିଯାଇଛୁ,

ଋତୁଚକ୍ର ତୋ ପାଇଁ ନିହାତି ବୃଥା।୩।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy