STORYMIRROR

Shubhra Suchitra Mahanta

Romance

3  

Shubhra Suchitra Mahanta

Romance

ସ୍ମୃତି

ସ୍ମୃତି

1 min
109

ସ୍ମୃତି କିଛି....ସାଉଁଟି ରଖିଅଛି... 

ତୁମ ସହ ବିତିଥିବା

କେତେ ଦିନ କେତେ ରାତି

କେତେ ଶିତି କେତେ ତାତି

ହୃଦୟରେ ମୋର

ଜାକି ରଖିଅଛି

ସ୍ମୃତି କିଛି.....ସାଉଁଟି ରଖିଅଛି... 

ସାଗର କୂଳରେ

ସନ୍ଧ୍ୟା ସମୟରେ 

ରଙ୍ଗୀନ ଫୁଲଙ୍କ ଗହଣରେ

ପକ୍ଷୀଙ୍କ ସ୍ଵର ତାଳେ ତାଳେ

ତୁମ ଲାଜୁଆ ମୁହଁ

ଆଜିବି ମନେଅଛି

ସ୍ମୃତି କିଛି..... ସାଉଁଟି ରଖିଅଛି....

ଟି ଷ୍ଟଲ୍ ପାଖରେ

ଧୀମା ଆଲୁଅରେ 

ମୋ ଆଖି ବୁଜାଇ ଦେଇ 

ହାତରେ ଗୋଲାପ ଧରାଇ

ପାରିଥିଲ ମୋ

ହୃଦୟେ ପହଞ୍ଚି

ସ୍ମୃତି କିଛି.... ସାଉଁଟି ରଖିଅଛି....

ସେ ପ୍ରେମଭରା ଦିନ

ମିଠା ମିଠା ସ୍ଵପ୍ନ

କେଉଁଠି କେଜାଣି ଗଲା ହଜି

କାଟୁଛି କାଳ ଆଖି ଲୁହରେ ଭିଜି

ସେ ଅପୂର୍ବ ସମୟ

ଆଜି ଗଡି ଯାଇଛି

ସ୍ମୃତି କିଛି.... ସାଉଁଟି ରଖିଅଛି....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance