Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Children

2  

Anita Dash

Abstract Children

ସ୍ମୃତି

ସ୍ମୃତି

1 min
49



ପ୍ରତିବିମ୍ବ ଧରି ରଖି ପାରେନାହିଁ

ପ୍ରଚ୍ଛଦପଟର ଛବି,

ଚିତ୍ରପଟ ଟିଏ ଲୋଡ଼ା ଯେଣୁ ତାହା

ସ୍ମୃତିକୁ ଦିଅଇ ହେଜି I [୧]

ଅତୀତ ଆକାଶେ ଭାସୁଥାଏ କେତେ

ହସ-ଲୁହ ଭରା ସ୍ମୃତି ,

ଲୁହ ଶୁଖିଯାଏ ହସ ଉଡ଼ିଯାଏ

ଅନୁଭୂତି ରହେ ଲାଖି I [୨]

ମିଠା ମିଠା ସ୍ମୃତି ମନ ଚହଲାଇ

ହିଆ ଝଲସାଇଦିଏ ,

ଖୁସିରେ ଜୀବନ ବଂଚିବା ପାଇଁକି

ପାଥେୟ ଯୋଗେଇ ଥାଏ I [୩]

ଆଉ କିଛି କଟୁ ତିକ୍ତ ଅନୁଭୂତି

ମରଣ ଯନ୍ତ୍ରଣା ପ୍ରାୟେ,

ହେଲେ ସେ ଆମକୁ ଧଇର୍ଯ୍ୟ, ସାହାସ,

ସଂଯମ ଶିଖେଇ ଦିଏ। [୪]

ସ୍ମୃତି-ଅନୁଭୂତି ସବୁରି ଜୀବନେ

ତେଜେ ପରିପକ୍ୱ ଜ୍ଞାନ,

ସେହି ଜ୍ଞାନ ଆମ ଭବିଷ୍ୟ ଜୀବନ

ପଥ କରେ ପ୍ରଦର୍ଶନ। [୫]

ମନୁଷ୍ୟ ଜୀବନେ ଭୁଲ୍ ହୋଇଯିବା

ସାଧାରଣ ସ୍ୱଭାବିକ,

ଭୁଲ୍ ବୁଝି ତାକୁ ସୁଧାରି ନିଏଯେ

ସେହି ବିବେକୀ ପୁରୁଷ। [୬]


Rate this content
Log in

Similar oriya poem from Abstract