STORYMIRROR

Sunanda Mohanty

Abstract Tragedy

3  

Sunanda Mohanty

Abstract Tragedy

ସ୍ମୃତି

ସ୍ମୃତି

1 min
168


ମଲାଜହ୍ନ ହୋଇ

ପାଖେ ପାଖେ ରହି

ମରମ ଦହେ

ଅତୀତର ଚିହ୍ନ

କଳଙ୍କ ଯୌବନ

ସରମ ବହେ

କେବେ ପିଲାଦିନ

ଦହନ କମ୍ପନ

ପାଖରେ ଥାଏ

ଉଜୁଦା ଦରବ

ଅଥବା ଗୌରବ

କାନରେ କହେ

ହଜିଗଲା କଥା

କିମ୍ପାଇଁ ନୀରବତା

ହୃଦୟେ ବହେ

ଅଣଚାଷ ବାଆ

କୌତୁକ ନାଆଁ

ପଛେ ଗୋଡ଼ାଏ

ବାପାଙ୍କ ଆକଟ

ମା ସ୍ନେହ ନିଷ୍କପଟ

ମନରୁ ନାଯାଏ

ଭାଇ ଭଗ୍ନୀ ପ୍ରେମ

ପରିବାର ଦାନ

ମନରେ ରହେ

ସ୍ମୃତିରେ ଥାଏ

ଇତି ନହୁଏ

ଜୁଇ ଜାଳିବା ଯାଏଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract