STORYMIRROR

SUJATA DAS

Romance

3  

SUJATA DAS

Romance

ସ୍ମୃତି

ସ୍ମୃତି

1 min
177

ଧୋଇ ମୁଁ ଦେଇଛି

ଯନ୍ତ୍ରଣା ସବୁକୁ

ମୋ ଲୁହର ଅର୍ଘ୍ୟ ଦେଇ

ଛୁଇଁ  ପାରିବନି

ବ୍ୟଥା  କି ଯନ୍ତ୍ରଣା

ହୃଦୟ  ଯାଇଛି ଶୋଇ.

ବନ୍ଧୁ  ବାନ୍ଧିଚି  ମୁଁ

ଶୂନ୍ୟତା ସାଥିରେ

ନିର୍ମାଲ୍ୟ ତା ହାତେ  ଦେଇ

ସାଥେ  ସାଥେ ଥିବ

ହାତେ  ହାତ ଛନ୍ଦି

ବନ୍ଧୁତାର  ଭାବ ନେଇ.

ଜୀବନକୁ ମୋର

ସଳିତା କରିଛି

ଲୁହରେ  ଲୁହରେ ଜଳେ

ବାଦଲ  ଝରାଏ

ବରଷାର ମଧୁ

ମେଘରେ ମହ୍ଲାର ତୋଳେ.

ଅଭିଯୋଗ ନାହିଁ

ଅଭିମାନ ନାହିଁ

ସମ୍ପର୍କ ଠିକଣା ଦୂରେ.

ସୁପ୍ତ ଭାବାବେଗ

ଉଛୁଳା ଆବେଗ

ଅବ୍ୟକ୍ତ ବେଦନା ସୁରେ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance