STORYMIRROR

CHARUBALA PADHI

Romance Others

3  

CHARUBALA PADHI

Romance Others

ସ୍ମୃତି

ସ୍ମୃତି

1 min
230


ସ୍ମୃତି କେବେ ତୁମେ ହୃଦୟ ମେରୁର

ସାଇତା ଶୁଖିଲା ନଈ

ସ୍ମୃତି କେବେ ତୁମେ ଅଝଟ ଶ୍ରାବଣୀ

ଯାଅ ଆଖି ଧାରୁ ବହି।।


ସ୍ମୃତି କେବେ ତୁମେ ମନ ଝରକାରେ

ଅନ୍ଧାର ରାତିର ଜହ୍ନ

ସ୍ମୃତି କେବେ ତୁମେ ହୃଦ ବଗିଚାରେ

କୋମଳ କୁସୁମ ବନ।


ସ୍ମୃତି କେବେ ତୁମେ ଅଫେରା ଅତୀତ

ପାଉଁଶ ତଳର ନିଆଁ

ସ୍ମୃତି କେବେ ତୁମେ ଜୀବନ ଯୁଦ୍ଧରେ

ବଞ୍ଚିବାର ଶେଷ ରାହା।


ସ୍ମୃତି କେବେ ତୁମେ ଫର୍ଚା ଆକାଶର

କଅଁଳିଆ ତ୍ରୟୀତନୁ

ସ୍ମୃତି କେବେ ତୁମେ ତମସା ଆଚ୍ଛନ୍ନ

ଅମାବାସ୍ୟା ରାତି ଭାନୁ।


ସ୍ମୃତି କେବେ ତୁମେ କବିର କବିତା

କାଗଜ ଛାତିର ଗାର

ସ୍ମୃତି ତୁମେ ପୁଣି କାହା ଭାବନାର

ମଧୁର ଦରଦୀ ସୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance