ସ୍ମୃତି
ସ୍ମୃତି
ପାହାଡ଼ର ପାଦଦେଶୁ ଡାକେ ସ୍ମୃତି
ମିଳନର ବ୍ୟାକୁଳତା ଝାଞ୍ଜି ପବନରେ
ନିର୍ଜନରେ ମଞ୍ଚାସୀନ ଅତିଥି ହୋଇ
ମୂହୁର୍ତ୍ତରେ ଆଲିଙ୍ଗନ କରେ ବୁକୁରେ ।
ସନ୍ଧ୍ୟା ଏକ ଅନୁଭବୀ ଭାବୁକ ହୋଇ
ଦୁହିଁଙ୍କ ଓଠର ନିସ୍ତେଜ ଶବ୍ଦକୁ ଯୋଡାଏ
ଲହଡ଼ି ଭାଙ୍ଗୁଥିବା ସେଇ ସ୍ମୃତି ପୁଣି
ଜୀବନ୍ତ ଅନ୍ତରାତ୍ମାରେ ସଂପର୍କ ବଢ଼ାଏ ।
