STORYMIRROR

Gouranga Patel

Classics

2  

Gouranga Patel

Classics

ସ୍ମୃତି

ସ୍ମୃତି

1 min
134


ଦେଖୁଥିବା ସ୍ବପ୍ନରେ ଭାସି ଭାସି 

ହଠାତ ଚେଇଁ ଉଠିଲା ପରେ,

କାହାଣୀ ଭଳିଆ ଲାଗୁଥିବା ଅବଚେତନ ମନରରଚନା କୁ

ସୁର ଦେବାକୁ ଚେଷ୍ଟା କଲେ

ଯେପରି ଝାପ୍ସା ଓ ଖାପଛଡ଼ା ଜଣାପଡେ,

ଓଦା ବାଲି ଦେହରେ ଚିତ୍ରଟିଏ ଆଙ୍କିବାକୁ ଯାଉଥିଲି ସିନା

ସମାପ୍ତି ପୂର୍ବରୁ ଉଜାଣି ଉଛୁଳା ଢ଼େଉରେ ନିଶ୍ଚିହ୍ନ ହୋଇଯିବା ପରି

ଅନେକ ଭାବନାର ଢ଼େଉ ଲହରୀ ପିଟନ୍ତି

ମୋ ଚିନ୍ତାର ସାଗର ବକ୍ଷରେ

କିନ୍ତୁ,ବାଛି ମୁ ପାରେନା

କେଉଁଟା ଧରିବି , କେଉଁଟା ଛାଡିବି ଅବା ସବୁକୁ ଜାବୁଡି ଧରିବି ?

ସ୍ମୃତି ମୋର ଆଞ୍ଜୁଳାଏ ପାଣି ପରି ହାତରୁ ଝରିପଡ଼େ ସିନା,

ହାତ କୁ ଓଦା କରି ଦେଇ , !


ହେଲେ,

ଅଚାନକ କେଉଁ ମୁହୂର୍ତରେ ସାଗର କୂଳରେ ,

ଲାଗିଯାଏ ମୋର ତରୀ

ମନେ ମନେ ଯୋଡି ହୁଏ ଭାବନାର ଖିଅ ସବୁ

ଆଉ,, ଜୀବନ୍ତରୂପନିଏ ଲେଖନୀ ମୁନରେ

ସମୟେ ସମୟେ ଏକତ୍ରୀତ ସ୍ମୃତି ସବୁ କୁ ବାହି ନେଉ ନେଉ ,

ମୋ ଜୀବନ ଡଙ୍ଗାରେ

ଦୂର ଦିଗବଳୟେ ଝାପ୍ସା ଝାପ୍ସା ଭାବନା ମାନେ ,

ମୁଣ୍ଡ ଟୁଙ୍ଗାରୁଥିବାର ଜଣାଯାଏ

ଆହୂଲାରେ ଶିଥିଳ ହାତ କୁ ନୂଆ ତେଜଦେଇ

ପ୍ରୟାସେ ମୁ ଆଗକୁ ଆଗକୁ

ସେ ସବୁକୁ ଆପଣାର କରି ସାଉଁଟି ଆଣିବାର ଆଷେ

ମନୋରମ କରି ଭାବନାର ସୌଧ ଗଢ଼ିବା ଉଦ୍ଦ୍ୟେସେ ।


ହେ ବିଧାତା,

ଏ ସାଗର ଉତ୍ତାଳ ତରଙ୍ଗେ ଭାସିଯାଉ ମୋର ନାଵ

ସମୟ କୁ ଅତୀକ୍ରମ କରି , ସମ୍ନାକରି ବାଧାଵିଘ୍ନ ସବୁ

ନିୟତିର ଉଠାପକା ଖେଳେ

ମୋ ଡଙ୍ଗା ଓଲଟି ,

ମୁ ପଛେ ଲୀନହୁଏ ସାଗରର ଅତଳ ଗର୍ଭରେ

ଅଭୁଲା ଅତୀତର ,

କାଳିଯାଇରେ ସେଦିନ ଚୂର୍ଣ୍ଣ ବିଚୁର୍ଣ୍ଣ ହୋଇଥିବା ନାଆ ପରି

ଦୟାକରି , ଏ ନାଆର ନହେଉ ସମ୍ପୂର୍ଣ୍ଣ ବିନାଶ

କେବେ କେହି ନାବିକ ସହୃଦୟେ ଉଦ୍ଧାରିବ ଯଦି

ଏବଂ , ଗଢ଼ି ଦେବ ନବ କଲେବରେ

ଅବଶ୍ୟ, କେବେ ଆଉଜଣେ କବି

ଚିନ୍ହି ପାରିବ ସେ ନାଆର ପୁରୁଣା ଅଂଶରେ

ବଂଚିରହିଥିବା ମୋର ,

ସ୍ମୃତି ଛିଟା ସବୁ

ପୁଣି, ସିଏ ନୁଆ ଭାବଧାରା ନେଇ

ବିରଚିବ ନିଜ ସ୍ମୃତି ପୃଷ୍ଠା ମିଶା ମିଶା ଅନୁଭୂତି ନେଇ।


ହେରକ୍ଷାକର୍ତା,ଏତିକି ପ୍ରାର୍ଥନା

ସ୍ମୃତିସବୁ ବଂଚିରହୁ ଜନମାନସରେ ,

ନ ହୋଇ ନିଶ୍ଚିହ୍ନ

ତା ପରେ, ହେ ସୃଷ୍ଟିକର୍ତ୍ତା

ତୁମ୍ଭେ ଯାହା କରିପାର

ତୁମ୍ଭରି ସୃଷ୍ଟିରେ ।



Rate this content
Log in

Similar oriya poem from Classics