STORYMIRROR

Satyabati Swain

Fantasy

3  

Satyabati Swain

Fantasy

ସ୍ମୃତି

ସ୍ମୃତି

1 min
322

ଦଲକାଏ ପବନ

ମେଞ୍ଚାଏ ବାସ୍ନା

ଦି ଟୋପା ଲୁହ

ଆଞ୍ଜୁଳାଏ ଫୁଲ

ମୁଠିଏ ଅନୁଭବ

ପୁଳେ ଦରଦ

ଏବଂ

ଓଦା ଆଖି

ଭିଜା ହୃଦୟର

ନିରବ ଅଭିବ୍ୟକ୍ତି ।


କେବେ 

ମହ ମହ ଗଙ୍ଗଶିଉଁଳି

କେବେ

କାକଟସ୍

ମଳୟ ପବନ ପୁଣି

ମହାବାତ୍ୟା ।


ଖୁସି ଅଜାଡି

ପୋତିଦିଏ ଆନନ୍ଦ ଶେଯରେ

ଦୁଃଖ ଆଣି

ଚାପିଦିଏ ହିମାଳୟ ।


କେବେ ମାରେ

ପୁଣି କେବେ ହୁଏ ସଂଜୀବନୀ।


ମରୁରେ ଚଲାଏ କେବେ

ଫୋଟକା କରେ ପିଚୁରେ

ସ୍ମୃତି

ମଖମଲ ଦ୍ଵିତଳ ପ୍ରସାଦ।



Rate this content
Log in

Similar oriya poem from Fantasy