STORYMIRROR

Kananbala Das

Fantasy

3  

Kananbala Das

Fantasy

ସ୍ମୃତିର କୃଷ୍ଣଚୂଡ଼ା

ସ୍ମୃତିର କୃଷ୍ଣଚୂଡ଼ା

1 min
392


ଅଚାନକ ତୁମସହ ଦେଖାହେଲା ପରେ

ସ୍ମୃତି ସବୁ ଝରିଗଲେ ମନ ଅଗଣାରେ ।


ହଁ ଏବେ ଭାବୁଛି,

ବାନ୍ଧି ପାରିଥାଆନ୍ତି କି ସେ ଉଜାଣି ସମୟକୁ ?

ଫେରି ଯାଆନ୍ତି କି ସେ ହଜିଲା ପୃଷ୍ଠାକୁ?


ସମୟ ସୁଅ ରେ ଯେଉଁଠି ହଜିଯାଇଛି

ଜୀବନର ଅଧାଲେଖା ଗଳ୍ପ ଅତୀତର

ଛାଡିଯାଇଛି ଅଲିଭା ସ୍ମୃତି ହସ୍ତାକ୍ଷର ।


କାହିଁକି କେଜାଣି

ମୂର୍ଛିତ ଆବେଗରେ ନିରବ ବିଜନେ,

ମନେପଡ ତୁମେ ମୋ ଅଳସୀ ଜୀବନେ ।


ଆବେଗର

ସାକ୍ଷୀ ତ ସେଇ କୃଷ୍ଣଚୂଡ଼ାଅତୀତକାହାଣୀ ହୋଇ,

ଏବେ ବି ଝଡେ ଥପ୍ ଥପ୍ନାଲିପାଖୁଡା ବିଛେଇ,


ପ୍ରତିକ୍ଷାର ଗବାକ୍ଷରେ

କୃଷ୍ଣଚୂଡ଼ା ର ଲାଜଲାଜ ରଙ୍ଗୀନ ରୋଷଣୀ,

ମୋ ଆଖିରେ ଲଜ୍ଜାନତ ନମ୍ର ଚାହାଣୀ

ତୁମ ଓଠ ଧାରେ ଥାଏ କେତେଯେ କାହାଣୀ,

ବୁଝି ବି ଅବୁଝା ହୁଏ କାହିଁକି କେଜାଣି?


ଅସହାୟ ଲାଗେ

ସେଇ ସ୍ୱପ୍ନିଳ ଉପତ୍ୟକା

ଆଉ ସ୍ବପ୍ନଭରା ନିଦୁଆ ଆଖିର ଭାଷା,

ଛନ୍ଦାୟିତ ଅନୁଶୋଚନା,

ଅନ୍ତହୀନ ପ୍ରତିକ୍ଷାର ପ୍ରୀତି ପରିଭାଷା ।


ଭିଜା ଭିଜା ଆଖିର ଲୁହରେ

ପଢିହୁଏ ନାହିଁ ସିନା ନିରୋଳା ଫର୍ଦ୍ଦ ର ଲେଖା

ଆଙ୍କି ହୋଇଯାଏ କିନ୍ତୁ ସ୍ମୃତି ଚିତ୍ରଲେଖା ।


ତଫାତ ଏତିକି

ସେଦିନ କୃଷ୍ଣଚୂଡ଼ା ହସୁଥିଲା ଗାଢ୍ ରଙ୍ଗେ

ଚିତ୍ରଲେଖା ଓଠେ

ଆଜିବି ହସୁଛି ଫିକା ଫିକା ରଙ୍ଗ ଭରି

ସମୟ ର ସାଥେ ।


ତଥାପି !


ମନ ଆଇନା ରେ ଲାଗିଯାଅଛବିଟିଏ ହୋଇ

ହେଉ ପଛେ ସୀମିତ ସମୟ,

ଅଲେଖା କାଗଜପୃଷ୍ଠାରେଶବ୍ଦଲିପି ହୋଇ

ଭରିଦିଅ ପ୍ରୀତିର ପ୍ରତ୍ୟୟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy